ତାଳଚେରରେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର ,ହସ୍ପିଟାଲରେ ଭର୍ତି
ଅନୁଗୁଳ : ତାଳଚେରରେ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର। ପୋଲିସକୁ ଦେଖି ପ୍ରଥମେ ୩ ରାଉଣ୍ଡ ଗୁଳି କରିଥିଲା ସୁଶାନ୍ତ । ପରେ ପୋଲିସର ପାଲଟା ଗୁଳିରେ ସୁଶାନ୍ତ ଗୁରୁତର ହୋଇଛି । ସୁଶାନ୍ତକୁ ଗୁରୁତର ଅବସ୍ଥାରେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଳଚେର ସ୍କଟଲ୍ୟାଣ୍ଡପୁର ତାଳବେଡା ଜଙ୍ଗଲରେ ଏନକାଉଣ୍ଟର କରାଯାଇଛି। ସୁଶାନ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ସୂଚନା ଅନୁସାରେ , ଆଜି ତାଳଚେର ଏବଂ […]
ଅନୁଗୁଳ : ତାଳଚେରରେ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର। ପୋଲିସକୁ ଦେଖି ପ୍ରଥମେ ୩ ରାଉଣ୍ଡ ଗୁଳି କରିଥିଲା ସୁଶାନ୍ତ । ପରେ ପୋଲିସର ପାଲଟା ଗୁଳିରେ ସୁଶାନ୍ତ ଗୁରୁତର ହୋଇଛି । ସୁଶାନ୍ତକୁ ଗୁରୁତର ଅବସ୍ଥାରେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଳଚେର ସ୍କଟଲ୍ୟାଣ୍ଡପୁର ତାଳବେଡା ଜଙ୍ଗଲରେ ଏନକାଉଣ୍ଟର କରାଯାଇଛି। ସୁଶାନ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।
ସୂଚନା ଅନୁସାରେ , ଆଜି ତାଳଚେର ଏବଂ ଅନୁଗୁଳ ସ୍ପେଶାଲ ସ୍ବାର୍ଡର ମିଳିତ ଚଢ଼ାଉ କରିଥିଲେ। ଏହି ସମୟରେ ସୁଶାନ୍ତ ପୋଲିସକୁ ଦେଖି ୩ ରାଉଣ୍ଡ ଫାୟାରିଂ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିବାକୁ ଉଦ୍ୟମ କରିଥିଲା । ମାତ୍ର ପୋଲିସର ପାଲଟା ଆକ୍ରମଣରେ ଗୁରୁତର ହୋଇ ତଳେ ପଡିଯାଇଥିଲା । ସେଠାରୁ ପୋଲିସ ତାକୁ କବ୍ଜାକୁ ନେଇ ମେଡିକାଲ୍ ରେ ଭର୍ତ୍ତି କରିବା ସହିତ ସୁଶାନ୍ତର ଅନ୍ୟ ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ତାଳଚେର ପୋଲିସ ।




