ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ହେବ ।ନିର୍ବାଚନ ଆୟୋଗ ବୁଧବାର ଦିନ ତାରିଖ ଘୋଷଣା କରିଛନ୍ତି । ଓଡିଶାର ଗୋଟିଏ ଆସନ ସହ ୯ଟି ରାଜ୍ୟର ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ । ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ପଡିଛି ଗୋଟିଏ ଆସନ । ବିଜ୍ଞପ୍ତି ଅନୁଯାୟୀ, ଉପନିର୍ବାଚନ ପାଇଁ ଅଗଷ୍ଟ ୧୪ରେ ରାଜ୍ୟସଭା ନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ […]
ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ହେବ ।ନିର୍ବାଚନ ଆୟୋଗ ବୁଧବାର ଦିନ ତାରିଖ ଘୋଷଣା କରିଛନ୍ତି । ଓଡିଶାର ଗୋଟିଏ ଆସନ ସହ ୯ଟି ରାଜ୍ୟର ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ । ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ପଡିଛି ଗୋଟିଏ ଆସନ ।
ବିଜ୍ଞପ୍ତି ଅନୁଯାୟୀ, ଉପନିର୍ବାଚନ ପାଇଁ ଅଗଷ୍ଟ ୧୪ରେ ରାଜ୍ୟସଭା ନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୨୧ ନାମାଙ୍କନ ଦାଖଲର ଶେଷ ଦିନ । ଅଗଷ୍ଟ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଏହାପରେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ୍ ପଡିବ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ କୁହାଯାଇଛି ।
ସୂଚନାନୁସାରେ,ନିକଟରେ ମମତା ମହାନ୍ତ ବିଜେଡି ଛାଡିବା ସହ ରାଜ୍ୟ ସଭା ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ବିଧିବଦ୍ଧ ଭାବେ ଭାଜପାରେ ମିଶିଥିଲେ।




