ଓଟିଇଟି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକଶ

ଭୁବନେଶ୍ବର: OTET ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି I ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୪ ତାରିଖରୁ ଆବେଦନ ଆରମ୍ଭ ହେଉଥିବା ବେଳେ ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ବିଜ୍ଞପ୍ତି ଅନୁଯାୟୀ, ୨୪ ଜୁନ୍ ୨୦୨୪ ରୁ ୫ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ କରାଯିବ । ଆଶାୟୀ ପ୍ରାର୍ଥୀମାନେ ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଜୁଲାଇ […]

Samaya Live Picture
Published On

ଭୁବନେଶ୍ବର: OTET ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି I ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୪ ତାରିଖରୁ ଆବେଦନ ଆରମ୍ଭ ହେଉଥିବା ବେଳେ ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ।

ବିଜ୍ଞପ୍ତି ଅନୁଯାୟୀ, ୨୪ ଜୁନ୍ ୨୦୨୪ ରୁ ୫ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ କରାଯିବ । ଆଶାୟୀ ପ୍ରାର୍ଥୀମାନେ ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଜୁଲାଇ ୫ ତାରିଖ ମଧ୍ୟରାତ୍ରି ଯାଏଁ ଆବେଦନ କରିପାରିବେ। ଏଥିପାଇଁ ୬ ଜୁଲାଇ ରାତି ୧୧.୪୫ ସୁଦ୍ଧା ଫି’ ଦାଖଲ କରି ପାରିବେ ।

ପରୀକ୍ଷାର୍ଥୀମାନଙ୍କ ନିମନ୍ତେ ଅଗଷ୍ଟ ୨ରେ ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହେବ I ଅଗଷ୍ଟ ୯ ତାରିଖ ସକାଳ ୯ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଏବଂ ଅପରାହ୍ଣ ୨ଟାରୁ ସାଢ଼େ ୪ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ।

ପ୍ରାର୍ଥୀମାନଙ୍କ ଅବଗତି ନିମନ୍ତେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି କି, କୌଣସି ପରିସ୍ଥିତିରେ ମଧ୍ୟ ଆବେଦନର ଅନ୍ତିମ ତାରିଖ ଘୁଞ୍ଚାଯିବ ନାହିଁ । ଆବେଦନକାରୀମାନେ ସଚେତନ ହୋଇ ଅନ୍ଲାଇନ୍ରୁ ମାଧ୍ୟମରେ ଫର୍ମ ପୂରଣ କରିବେ I ଅନ୍ୟଥା ପରବର୍ତ୍ତୀ ସମୟରେ ଆଉ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସୂଚନାନୁସାରେ,ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ଭାବରେ ପ୍ରାର୍ଥୀଙ୍କ ଯୋଗ୍ୟତାକୁ ଆକଳନ କରିବା ପାଇଁ ସେ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଅଫଲାଇନ ମୋଡରେ କରାଯାଇଥାଏ ଏବଂ ପ୍ରାର୍ଥୀମାନଙ୍କୁ ସର୍ବନିମ୍ନ ଯୋଗ୍ୟତା ମାର୍କ ସହିତ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ପଡିବ | OTET ପାଇଁ ଯୋଗ୍ୟତା ହାସଲ କରିବାକୁ ସାଧାରଣ ବର୍ଗ ପାଇଁ ଅତିକମରେ 60% ମାର୍କ ଏବଂ OBC / SC / ST ବର୍ଗ ପାଇଁ 50% ମାର୍କ ପାଇବା ବାଧ୍ୟତାମୂଳକ |

Tags: