ଶ୍ରୀମନ୍ଦିରରେ ବନକଲାଗି ନୀତି ବିଭ୍ରାଟକୁ ନେଇ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍

ପୁରୀ : ମହାପ୍ରଭୁଙ୍କ ବନକଲାଗି ନୀତି ବିଶୃଙ୍ଖଳା ପାଇଁ ଦତ୍ତ ମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ । ଚାରିଦିନ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ ମାଧ୍ୟମରେ ନିର୍ଦେଶ ଦେଇଛି ଶ୍ରୀ ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ନୋଟିସ୍‌ ହୋଇଛି । ୨୦୧୮ ମସିହାରେ ପ୍ରତି ବୁଧବାର ବନକଲାଗି କରାଯିବ ବୋଲି ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । କିନ୍ତୁ ଛଅବର୍ଷ ଧରି ବନକଲାଗି ନୀତି ପ୍ରତି ବୁଧବାର ହେଉଥିବାବେଳେ […]

Samaya Live Picture
Published On

ପୁରୀ : ମହାପ୍ରଭୁଙ୍କ ବନକଲାଗି ନୀତି ବିଶୃଙ୍ଖଳା ପାଇଁ ଦତ୍ତ ମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ । ଚାରିଦିନ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ ମାଧ୍ୟମରେ ନିର୍ଦେଶ ଦେଇଛି ଶ୍ରୀ ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ନୋଟିସ୍‌ ହୋଇଛି ।

୨୦୧୮ ମସିହାରେ ପ୍ରତି ବୁଧବାର ବନକଲାଗି କରାଯିବ ବୋଲି ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । କିନ୍ତୁ ଛଅବର୍ଷ ଧରି ବନକଲାଗି ନୀତି ପ୍ରତି ବୁଧବାର ହେଉଥିବାବେଳେ ଏବେ ଗୁରୁବାର କରିବା ପାଇଁ ଦତ୍ତମହାପାତ୍ର ନିଯୋଗ ଜିଦ୍ ଧରୁଛି । ନିଳାଦ୍ରୀ ବିଜେ ପରଠାରୁ ଏଯାବତ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ନୀତି ହୋଇନାହିଁ । ତେଣୁ ନୋଟିସ୍‌ ଜାରି କରାଯାଇଛି ।

ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ଜାରି କରିଥିବା ନୋଟିସର ଜବାବ ଦୁଇ ଦିନ ମଧ୍ୟରେ ଦିଆଯିବ ବୋଲି ଦତ୍ତ ମହାପାତ୍ର ନିଯୋଗ ପକ୍ଷରୁ କୁହାଯାଇଛି। ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଗୁରୁବାର ଦିନ ମହାପ୍ରଭୁଙ୍କ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ସେବାୟତ ପ୍ରସ୍ତୁତ ଥିଲେ । ହେଲେ ପ୍ରଶାସନର ଅବହେଳା ଯୋଗୁଁ ଏହି ନୀତି ହୋଇପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି । ତେଣୁ ସତ୍ତ୍ୱଲିପି ଆଧାରରେ ବନକଲାଗି କରାଯିବା ଦରକାର । ନଚେତ୍ ପ୍ରଶାସନ ସତ୍ତ୍ଵଲିପିକୁ ଉଚ୍ଛେଦ କରିଦେଉ । ଆବଶ୍ୟକ ପଡିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ଦତ୍ତ ମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର ।

Tags: