ନୋଟାରୀ ବିବାହ ବୈଧ ନୁହେଁ -ହାଇକୋର୍ଟ
କଟକ : ନୋଟାରୀ ବିବାହ ପଞ୍ଜିକରଣ ବୈଧ ହେବ ନାହିଁ I ନୋଟାରୀ ଜରିଆରେ ହୋଇଥିବା ବିବାହ ସାର୍ଟିଫିକେଟ ପଞ୍ଜିକରଣ ହୋଇ ପାରିବନାହିଁ I ଏହା ଦ୍ୱାରା ସମସ୍ୟା ସୃଷ୍ଟି ହେଉଛି Iନୋଟାରୀମାନେ ଆଇନ ବହିର୍ଭୁତ କାମ କରୁଥିବା ଅନୁଭବ କରିଛନ୍ତି ହାଇକୋର୍ଟ। ତେଣୁ ନୋଟାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ଏକ ଗାଇଡଲାଇନ ଜାରି କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି I କେବଳ ସେତିକି ନୁହେଁ,ନୋଟାରୀମାନଙ୍କୁ ସଚେତନ କାରାଯିବା ସହିତ ବର୍ଷକୁ ଅତି କମ୍ […]
କଟକ : ନୋଟାରୀ ବିବାହ ପଞ୍ଜିକରଣ ବୈଧ ହେବ ନାହିଁ I ନୋଟାରୀ ଜରିଆରେ ହୋଇଥିବା ବିବାହ ସାର୍ଟିଫିକେଟ ପଞ୍ଜିକରଣ ହୋଇ ପାରିବନାହିଁ I ଏହା ଦ୍ୱାରା ସମସ୍ୟା ସୃଷ୍ଟି ହେଉଛି Iନୋଟାରୀମାନେ ଆଇନ ବହିର୍ଭୁତ କାମ କରୁଥିବା ଅନୁଭବ କରିଛନ୍ତି ହାଇକୋର୍ଟ। ତେଣୁ ନୋଟାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ଏକ ଗାଇଡଲାଇନ ଜାରି କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି I କେବଳ ସେତିକି ନୁହେଁ,ନୋଟାରୀମାନଙ୍କୁ ସଚେତନ କାରାଯିବା ସହିତ ବର୍ଷକୁ ଅତି କମ୍ ରେ ୨ଥର ସେମାନଙ୍କର ରେକର୍ଡ ପତ୍ର ଯାଞ୍ଚ କରିବାକୁ ହାଇକୋର୍ଟ କହିଛନ୍ତି ।
ପୂର୍ବରୁ ଅନେକଥର ନୋଟାରୀରେ ବିବାହ ଅବୈଧ ବୋଲି ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କର ନିର୍ଦ୍ଦେଶ ରହିଛି । ଏସବୁ ସତ୍ତ୍ୱେ ନୋଟାରୀ ମାନେ ଜାଣିଶୁଣି ହେଉ ବା ଅଜାଣତରେ ଏହି ନିୟମର ଉଲଂଘନ କରୁଥିବା ଅଭିଯୋଗ ହୋଇଥିଲା ।ଏଣୁ ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ନୋଟାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଗଠଟାନାନୁସାରେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଂଚଳର ପାର୍ଥ ସାରଥୀ ଦାସ,ଗତ ଏପ୍ରିଲ ୧୯ ତାରିଖରେ ନୋଟାରିରେ ବିବାହ କରି ବିବାହ ସାର୍ଟିଫିକେଟ ହାସଲ କରିଥିଲେ I କିନ୍ତୁ ଏହା ପରବାରି ସମୟରେ ତାଙ୍କ ଶ୍ୱଶୁର ଘର ଲୋକେ ଆସି ତାଙ୍କ ସ୍ତ୍ରୀଙ୍କୁ ଜୋର ଜବରଦସ୍ତ ନେଇ ଯାଇଥିଲେ I ତେବେ ପତ୍ନୀଙ୍କୁ ଉଦ୍ଧାର କରି ତାଙ୍କ ଜିମାରେ ଦିଆଯାଉ ବୋଲି ସେ ହାଇକୋର୍ଟରେ ହେବିୟସ କର୍ପସ ପିଟିସନ ଦାୟର କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଜାଣିବାକୁ ପାଇଥିଲେ କି ପାର୍ଥ ସାରଥୀଙ୍କୁ ବିବାହ ସାର୍ଟିଫିକେଟ ସିମୁଳିଆ ନୋଟାରି ଏ.କେ ମହାନ୍ତି ପ୍ରଦାନ କରିଥିଲେ I ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ବିବାହ ସମ୍ପର୍କିତ ପ୍ରମାଣ ସ୍ୱରୂପ ନୋଟାରୀଙ୍କ ନିକଟରେ ପ୍ରସ୍ତୁତ କରାଯାଇଥିବା ଘୋଷଣାନାମା ଉପସ୍ଥାପନ କରାଯାଇଥିଲା। ସେହିପରି ସେ ବିବାହ କରିଥିବା ଯୁବତୀଙ୍କ ବୟାନରେ ଉଭୟଙ୍କ ବିବାହ ମନ୍ଦିରରେ ହୋଇ ନ ଥିବା ସ୍ପଷ୍ଟ ହୋଇଥିଲା। କେବଳ ନୋଟାରୀଙ୍କ ନିକଟରେ ଘୋଷଣାନାମା କରାଯାଇଥିଲା। ମହିଳା ଜଣକ ନିଜ ଅଭିଭାବକଙ୍କ ସହିତ ଭଲରେ ଥିବା ବୟାନରୁ ସ୍ପଷ୍ଟ ହୋଇଥିଲା। ଏବଂ ସେ ବିବାହ କରିଥିବା ବ୍ୟକ୍ତିଙ୍କ ପାଖକୁ ଫେରିବାକୁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ I ଏହି ମାମଲାର ଶୁଣାଣି କରି ନୋଟାରୀ ମାନଙ୍କୁ ସଚେତନ କରାଯିବା ସହ ତାଙ୍କ ଦ୍ୱାରା ଜାରି କରାଯାଇଥିବା ବିବାହ ପ୍ରମାଣ ପତ୍ରକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ I
ଏଣୁ ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ନୋଟାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।




