ଆତ୍ମହତ୍ୟା ନୁହଁ, ସମାଧାନର ବାଟ ଦେଖାଉଛି ‘ଉତ୍ସ’ ସଙ୍ଗଠନ
ଭୁବନେଶ୍ୱର: ଆଜିକାଲି ସବୁଠି ବଢି ଚାଲିଛି ଆତ୍ମହତ୍ୟା । ଗାଁଠାରୁ ସହର ଯାଏଁ ପ୍ରତିଦିନ ଆତ୍ମହତ୍ୟାର ଖବର ବିଚଳିତ କରୁଛି । ଭାବପ୍ରବଣତାର ଶିକାର ହେଉଛନ୍ତି ଯୁବଗୋଷ୍ଠୀ । ସ୍କୁଲ ପଢୁଆ ପିଲା ବି ସମସ୍ୟାର ସମାଧାନ ଭାବେ ଆତ୍ମହତ୍ୟାର ବାଟ ବାଛୁଛନ୍ତି । ହେଲେ ଏକଥା କେହି ବି ବୁଝିବାକୁ ପ୍ରସ୍ତୁତ ନୁହନ୍ତି- ‘ସବୁ ସମସ୍ୟାଠୁ ଜୀବନ ମହାନ, ଆତ୍ମହତ୍ୟା ନୁହଁ ସମାଧାନ’ । ପ୍ରତ୍ୟେକ ଜୀବନରେ କିଛି ନା କିଛି ସମସ୍ୟା ରହିଛି, ପାରିବାରିକ […]
ଭୁବନେଶ୍ୱର: ଆଜିକାଲି ସବୁଠି ବଢି ଚାଲିଛି ଆତ୍ମହତ୍ୟା । ଗାଁଠାରୁ ସହର ଯାଏଁ ପ୍ରତିଦିନ ଆତ୍ମହତ୍ୟାର ଖବର ବିଚଳିତ କରୁଛି । ଭାବପ୍ରବଣତାର ଶିକାର ହେଉଛନ୍ତି ଯୁବଗୋଷ୍ଠୀ । ସ୍କୁଲ ପଢୁଆ ପିଲା ବି ସମସ୍ୟାର ସମାଧାନ ଭାବେ ଆତ୍ମହତ୍ୟାର ବାଟ ବାଛୁଛନ୍ତି । ହେଲେ ଏକଥା କେହି ବି ବୁଝିବାକୁ ପ୍ରସ୍ତୁତ ନୁହନ୍ତି- ‘ସବୁ ସମସ୍ୟାଠୁ ଜୀବନ ମହାନ, ଆତ୍ମହତ୍ୟା ନୁହଁ ସମାଧାନ’ ।
ପ୍ରତ୍ୟେକ ଜୀବନରେ କିଛି ନା କିଛି ସମସ୍ୟା ରହିଛି, ପାରିବାରିକ ହେଉ କି ସାମାଜିକ, ବ୍ୟକ୍ତିଗତ ସମସ୍ୟା ହେଉ କି ଗୋଷ୍ଠୀଗତ । ହେଲେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ନ କରି, ଜୀବନ ହାରିବାର ନିଷ୍ପତି ଦୁର୍ଭାଗ୍ୟଜନକ । ଆତ୍ମହତ୍ୟା ରୋକିବାକୁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ଆବୁଧାବିରେ ରହୁଥିବା ମନସ୍ୱତ୍ତ୍ୱବିତ୍ ମୌସୁମୀ ମହାନ୍ତି ଯୁବପିଢିଙ୍କ ମଧ୍ୟରେ ସେଚତନତା ବଢାଇବାକୁ ଆଗକୁ ଆସିଛନ୍ତି ।

ଲୋକଙ୍କୁ ଆତ୍ମହତ୍ୟାରୁ ଦୂରେଇବା ପାଇଁ ସେ‘ଉତ୍ସ’ ନାମକ ଏକ ସଙ୍ଗଠନ ଗଢିବା ସହ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ଆତ୍ମହତ୍ୟାର ବାଟ ନ ବାଛି ସମାଧାନ ବାହାର କରିବାକୁ ଆହ୍ୱାନ ଦେଇଥାନ୍ତି । ଏଥିପାଇଁ ସଙ୍ଗଠନ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ବି ଜାରି କରାଯାଇଛି । ୯୦୯୦୪୨୧୧୧୧ ନମ୍ବରରେ କେହି କଲ୍ କରି ନିଜ ମାନସିକ ସମସ୍ୟା ସମ୍ପର୍କରେ ଆଲୋଚନା କରିବାର ବ୍ୟବସ୍ଥା କରିଛି ଉତ୍ସ ସଙ୍ଗଠନ ।
ଆଜି ଏହି ସମସ୍ୟାର ସମାଧାନର ବାର୍ତ୍ତାକୁ ନେଇ ଉତ୍ସ ସଙ୍ଗଠନ କଲେଜ, ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଏକ ସଚେତନତା ଶୋଭାଯାତ୍ରା କରିଛି । ଏହି ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ପର୍ଯ୍ୟନ୍ତ ବାହାରିଥିଲା । ସମସ୍ତଙ୍କ ହାତରେ ଥିଲା ସଚେତନତାର ବାର୍ତ୍ତା । ପୋଲିସ ଆଇଜି ଏସ୍. ସାଇନି ପତାକା ହଲାଇ ଏହି ସଚେତନତା ରାଲିର ଶୁଭାରମ୍ଭ କରିଥିଲେ ।
ଟିମ୍ ଉତ୍ସ ପକ୍ଷରୁ ଆତ୍ମହତ୍ୟା ରୋକିବା ପାଇଁ ଆଗକୁ ଭିନ୍ନ ଭିନ୍ନ ପଦକ୍ଷେପ ନେବାର ବ୍ୟବସ୍ଥା ହେଉଛି । ସବୁ ସମସ୍ୟାଠୁ ଜୀବନ ମହାନ, ଆତ୍ମହତ୍ୟା ନୁହଁ ସମାଧାନଦ ସ୍ଲୋଗାନ ଦେଇ ଭୁବନେଶ୍ୱର ରାସ୍ତାରେ ଚାଲିଲେ ଶତାଧିକ ଯୁବବର୍ଗ ଓ କଲେଜ ଛାତ୍ରଛାତ୍ରୀଛ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢୁଥିବାବେଳେ ଏହାକୁ ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ସ୍ୱଚ୍ଛୋସେବୀ ଅନୁଷ୍ଠାନ ଉତ୍ସ ।

ଏହି ଅବସରରେ ଭୁବନେଶ୍ୱର, କଟକର ଅନେକ ବୁଦ୍ଧିଜୀବୀ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଉତ୍ସ ସଙ୍ଗଠନ ଏପରି ପ୍ରୟାସକୁ ଶୋଭାଯାତ୍ରାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ପ୍ରଶଂସା କରିଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ସଙ୍ଗଠନ ରାଜ୍ୟରେ ବଢୁଥିବା ଆତ୍ମହତ୍ୟା ରୋକିବାକୁ ଏଭଳି ସଚେତନତା କ୍ୟାମ୍ପେନ ପାଇଁ ଅଣ୍ଟା ଭିଡ଼ିଛନ୍ତି । ସଚେତନତା ଶୋଭାଯାତ୍ରା ସହ ଆତ୍ମହତ୍ୟା ରୋକିବାକୁ କିଭଳି ସଚେତନତା ସୃଷ୍ଟି କରାଯିବ ସେ ନେଇ ଏକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ ବିଭାଗର ଅଧିକାରୀ, ସେଲିବ୍ରିଟି ଆଉ ବୁଦ୍ଧିଜୀବୀ ସାମିଲ ହେଇଥିଲେ । କର୍ମଶାଳାରେ ପୋଲିସ ଏସିପି ସଞ୍ଜୀବ ଶତପଥି, ସମାଜସେବୀ ରୀନା ରାଉତରାୟ, ସିନେ ଅଭିନେତ୍ରୀ ଭୂମିକା ଦାଶ, ପ୍ରଫେସର ନମିତା ମହାନ୍ତି ଏବଂ ଡ଼. ଜୟପ୍ରକାଶ ରାବନ ପ୍ରମୁଖ ଯୋଗ ଦେଇ ଆତ୍ମହତ୍ୟା ରୋକିବା ପାଇଁ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।




