ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ନକରିବା ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର : ଗତ ପ୍ରାୟ ତିନି ଦଶନ୍ଧି ଧରି ମାର୍ଚ୍ଚ ୫ ତାରିଖରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଆସୁଛି। ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଏବଂ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ବିଜୁ ଜନତା ଦଳର ସମନ୍ବୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବିବୃତିରେ କହିଛନ୍ତି। ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ଓଡିଶା […]

Samaya Live Picture
Published On

ଭୁବନେଶ୍ୱର : ଗତ ପ୍ରାୟ ତିନି ଦଶନ୍ଧି ଧରି ମାର୍ଚ୍ଚ ୫ ତାରିଖରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଆସୁଛି। ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଏବଂ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ବିଜୁ ଜନତା ଦଳର ସମନ୍ବୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବିବୃତିରେ କହିଛନ୍ତି। ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି। ଏହା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ଵ ସମୟରେ ହୋଇ ପାରିଥିବାରୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ତତ୍କାଳୀନ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନର ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳାଇ ଓଡିଶାର ଗୌରବକୁ କ୍ଷୁର୍ଣ୍ଣ କରିଛନ୍ତି । ରାଜ୍ୟ ବିଜେପି ସରକାରଙ୍କ ଏହି ଅବିଚାର ପ୍ରତି ଓଡିଶାର ଜନ ସାଧାରଣ ବିଚାର କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଅନ୍ୟପଟେ ବିଜେଡି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଥିଲା । ମାତ୍ର ଏବେ ସେହି ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି । ଓଡ଼ିଆ ଅସ୍ମିତାର ସମ୍ମାନ ବୃଦ୍ଧି କରିଥିଲେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ । ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ପାଳନ ନ କରିବା କ୍ଷୋଭର ବିଷୟ । ବିଜୁଙ୍କୁ ଅପମାନ କରିବା ଅନୁଚିତ ।

ସେହିପରି ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନକରିବା ନେଇ ମୋହନ ସରକାରଙ୍କ ବିଜ୍ଞପ୍ତି ପରେ, ବର୍ଷିଛନ୍ତି ବିଜେଡି ନେତା ରାଜା ସ୍ୱାଇଁ । କହିଲେ ହୀନମନ୍ୟତାର ପରିଚୟ ଦେଇଛି ବିଜେପି ସରକାର । କାରଣ ସେମାନଙ୍କ ସ୍ୱାଧୀନତା ସଂଗ୍ରାମୀ ନେତା କେହି ନାହାନ୍ତି । ସରକାର ଏବେ ପରିଚୟ ସଂକଟରେ ଅଛନ୍ତି । ଅସନ୍ତୋଷ ବଢୁଛି ଲୋକଙ୍କ ଭିତରେ । ବିଜୁ ପଟ୍ଟନାୟକଙ୍କ ଅନ୍ୟ ନାଁ ଓଡ଼ିଆ ଅସ୍ମିତା ।

ଅନ୍ୟପକ୍ଷେ ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ ନେଇ ବିଜେଡିର ସମାଲୋଚନା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିଜୁ ବାବୁ ଓଡ଼ିଶାର ବରପୁତ୍ର ଥିଲେ । ଏଥିରେ କାହାର ସନ୍ଦେହ ନାହିଁ । ପକ୍ଷ ପ୍ରତିପକ୍ଷ କିଛି ନାହିଁ। ବିଜୁ ବାବୁ ବିଜେଡିର ସମ୍ପତ୍ତି ନଥିଲେ, ସେ ଥିଲେ ଜାତୀୟ ସମ୍ପତ୍ତି । ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ତାଙ୍କ ପ୍ରତି ଅସମ୍ମାନର ପ୍ରଶ୍ନ ନାହିଁ । ଜାତୀୟ ପଞ୍ଚାୟତିରାଜ ଦିବସ ଏପ୍ରିଲ ୨୪ରେ ପାଳନ ହେଉଥିବା ବେଳେ ବିଜେଡି କିମ୍ବା ଜନତା ଦଳ ଏପ୍ରିଲ ୨୪ ରେ ପଞ୍ଚାୟତିରାଜ ଦିବସ ପାଳନ କରିନି । ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଅଲଗା ଦିନରେ ପାଳନ ହେବ କି ବୋଲି ଓଲଟି ପ୍ରଶ୍ନ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

 

Tags: