ଶେଷ ହେଲା ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ, ଏଥର ଆରମ୍ଭ ହେବା ମୁକାବିଲା । ଉପ ନିର୍ବାଚନ ପାଇଁ ୨୦ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜନତା ଦଳର ଜୟ ଢୋଲକିଆ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ,ବହୁଜନ ମୁକ୍ତି […]

ଶେଷ ହେଲା ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ
Samaya Live Picture
Published On

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ, ଏଥର ଆରମ୍ଭ ହେବା ମୁକାବିଲା । ଉପ ନିର୍ବାଚନ ପାଇଁ ୨୦ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜନତା ଦଳର ଜୟ ଢୋଲକିଆ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ,ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିର ରାଜା ରାମ ସାହୁ, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନା, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଏମାନଙ୍କ ସହିତ ୧୧ ଜଣ ସ୍ବାଧୀନ ପ୍ରାର୍ଥୀ,ଆଶ୍ରୟ ମହାନନ୍ଦ, ଇ.ଚକ୍ରାନ୍ତ ଜେନା, ପୁରୁଷୋତ୍ତମ ବେହେରା,କମଲ କୁମାର ଛତ୍ରିଆ, ଭୁବନଲାଲ ସାହୁ,ଲୋଚନ ମାଝୀ,ଭୁଜବଳ ଆଡ଼ବଙ୍ଗ, କିଶୋର କୁମାର ବାଗ,ଭକ୍ତ ବନ୍ଧୁ ଧରୁଆ, ନୀତା ବାଗ ଏବଂ ଲକ୍ଷ୍ମୀ କାନ୍ତ ତାଣ୍ଡି ।

ସୋମାବର ଦିନ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଆଉ କିଛି ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ୨୨ ତାରିଖ ଦିନ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି । ସେପଟେ ନାମାଙ୍କନ ଶେଷ ହେବା ପରେ ପ୍ରଚାରକୁ ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ ।
ନୂଆପଡାରେ ମୋଟ ୨ଲକ୍ଷ ୫୪ହଜାର ଭୋଟର ଥିବା ବେଳେ ମହିଳାଙ୍କ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୬ହଜାର ୧୩୨ । ପୁରୁଷ ଭୋଟର ହେଲେ ୧ଲକ୍ଷ ୨୨ହଜାର ୧୦୩ । ଏହି ନିର୍ବାଚନ ମଣ୍ଡଳୀରେ ୩୩ପ୍ରତିଶତ ହେଉଛନ୍ତି ଆଦିବାସୀ । ତେବେ ବିଜେଡି ପ୍ରାର୍ଥୀ ଜୟ ଢୋଲକିଆ ଦଳ ବଦଳେଇବା ଯୋଗୁଁ ଏଥର ଉପନିର୍ବାଚନ ତ୍ରିମୁଖୀ ଲଢେଇ ଜୋରଦାର ହେବ ବୋଲି ଜଣାପଡୁଛି ।

Tags: