କୋହଳ ହେଉଛି କର୍ଫ୍ୟୁ,ସପ୍ତାହେ ପରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା

ବାଲେଶ୍ୱର : ସହରରେ ପରିସ୍ଥିତି ଧୀରେ ଧୀରେ ସୁଧୁରିଛି । ସପ୍ତାହେ ପରେ ସ୍ଵାଭାବିକ ହେଲା ମୋବାଇଲ୍ ଇଣ୍ଟରନେଟ୍ ସେବା । ସହରରେ କର୍ଫ୍ୟୁ କୋହଳ ନେଇ ଜାରି ହୋଇଛି ଗାଇଡଲାଇନ I ଆଜି ସହଦେବଖୁଣ୍ଟା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ଟାଉନ ଥାନା ଅଂଚଳରେ ସକାଳ ୫ ଟା ଠାରୁ ଦିନ ୨ ତା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି I ସେହିଭଳି ଆଜିଠାରୁ ସହରାଞ୍ଚଳରେ ସବୁ […]

Samaya Live Picture
Published On

ବାଲେଶ୍ୱର : ସହରରେ ପରିସ୍ଥିତି ଧୀରେ ଧୀରେ ସୁଧୁରିଛି । ସପ୍ତାହେ ପରେ ସ୍ଵାଭାବିକ ହେଲା ମୋବାଇଲ୍ ଇଣ୍ଟରନେଟ୍ ସେବା । ସହରରେ କର୍ଫ୍ୟୁ କୋହଳ ନେଇ ଜାରି ହୋଇଛି ଗାଇଡଲାଇନ I ଆଜି ସହଦେବଖୁଣ୍ଟା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ଟାଉନ ଥାନା ଅଂଚଳରେ ସକାଳ ୫ ଟା ଠାରୁ ଦିନ ୨ ତା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି I ସେହିଭଳି ଆଜିଠାରୁ ସହରାଞ୍ଚଳରେ ସବୁ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିଛି । ତେ​‌ବେ ଟାଉନ ଥାନା ଅଞ୍ଚଳରେ ସକାଳରୁ ସ୍କୁଲ ଆରମ୍ଭ ହୋଇ ଅପରାହ୍ଣ ୨ଟା ପୂର୍ବରୁ ଛୁଟି ହେବ ବୋଲି ଜିଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି।

ସୂଚନାନୁସାରେ ଗତ ୧୭ ତାରିଖ ସୋମବାର ଦିନ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ I ତେବେ ସେହିଦିନ ମଧ୍ୟରାତ୍ରରୁ ବିବାଦବଢି ହାତାହାତି ହେବା ସହିତ ପୋଲିସ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା I ଏହାପରଠାରୁ ସହରରେ କର୍ଫ୍ୟୁ ଘୋଷଣା କରାଯାଇଥିଲା I ଗୋଷ୍ଠୀ କନ୍ଦଳରୁ ବାଲେଶ୍ବର ସହରରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର କ୍ରମାଗତ ସୁଧାରକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରଖାଯାଇଥିଲା I ତେବେ ୨ ଦିନ ପୂର୍ବରୁ ବ୍ରଡ଼ବ୍ୟାଣ୍ଡ ମୋବାଇଲ ସେବା ଚାଲୁ ରହିଥିବା ବେଳେ ଆଜି ମୋବାଇଲ ଇଣ୍ଟରନେଟ ସେବାକୁ ପ୍ରଚଳନ କରାଯାଇଛି I ସହର​‌ରେ ଫେରୁଥିବା ସ୍ବାଭାବିକ ଅବସ୍ଥାକୁ ପ୍ରତିଦିନ ପରଖିବା ପରେ ବନ୍ଦ ରହିଥିବା ମୋବାଇଲ ଫୋନ ଇଣ୍ଟରନେଟ ସେବାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଶାସନ ପକ୍ଷରୁ ଗୃହ ବିଭାଗ ସହ ଆଲୋଚନା ହୋଇଥିଲା। ଆଜିଠାରୁ ମୋବାଇଲ ଫୋନ ଇଣ୍ଟରନେଟ୍‌ ସେବା ଚାଲୁ ହୋଇଛି।

Tags: