ବାତ୍ୟାର ସୂଚନା ନାହିଁ-IMD DG
ଭୁବନେଶ୍ୱର : ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା ନାହିଁ I ଏ ନେଇ ସୂଚନା ଦେଲେ IMD ଡିଜି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ବାତ୍ୟା ନେଇ ସତର୍କ ସୂଚନା ଜାରି କରାଯାଇ ନାହିଁ। ବଙ୍ଗୋପ ସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହୋଇପାରେ । ଏହାର ସ୍ପଷ୍ଟ ଚିତ୍ର ଆଗକୁ ଲଘୁଚାପରେ ପରିଣତ ହେଲେ ଜଣା ପଡ଼ିବ ଯାହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ବୋଲି […]
ଭୁବନେଶ୍ୱର : ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା ନାହିଁ I ଏ ନେଇ ସୂଚନା ଦେଲେ IMD ଡିଜି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ବାତ୍ୟା ନେଇ ସତର୍କ ସୂଚନା ଜାରି କରାଯାଇ ନାହିଁ। ବଙ୍ଗୋପ ସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହୋଇପାରେ । ଏହାର ସ୍ପଷ୍ଟ ଚିତ୍ର ଆଗକୁ ଲଘୁଚାପରେ ପରିଣତ ହେଲେ ଜଣା ପଡ଼ିବ ଯାହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ବୋଲି IMDର ମଡେଲ କହୁଛି ।ଲଘୁଚାପ ପରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । କିନ୍ତୁ ଏହାପରେ ବାତ୍ୟା ହେବା ନେଇ ଏଯାଏଁ କୌଣସି ସୂଚନା ହସ୍ତଗତ ହୋଇନି । ବର୍ତ୍ତମାନ ଆମେ ବାତ୍ୟା ନେଇ କୌଣସି ସୂଚନା ଦେଇନାହୁଁ ।
୧୦ଟି ମଡେଲ ମଧ୍ୟରୁ ଗୋଟିଏ ମଡେଲ ବାତ୍ୟା ଦର୍ଶାଉଛି । କିନ୍ତୁ ଏହା ଅବପାତର ରୂପ ନେଇପାରେ । ଏବେ ବହୁତ୍ ଜଲଦି ବାତ୍ୟା କଥା କହିବା ଭୁଲ୍ ହେବ । IMD ଏହା ଉପରେ ନଜର ରଖିଛି । ଏହା ସତ ଯେ, ଅକ୍ଟୋବର ମାସ ଏକ ବାତ୍ୟା ପ୍ରବଣ ମାସ । ତେଣୁ ଆମେ ଏହା ଉପରେ ନଜର ରଖିଛୁ । ତେଣୁ ଅଯଥା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ।




