ରତ୍ନ ଭଣ୍ଡାରରେ ନାହିଁ କୌଣସି ସୁଡ଼ଙ୍ଗ- ଆଇନମନ୍ତ୍ରୀ
ପୁରୀ : ରତ୍ନ ଭଣ୍ଡାରରେ ନାହିଁ କୌଣସି ସୁଡ଼ଙ୍ଗ କିମ୍ବା ଗୁପ୍ତ କଠୋରୀ । ନୂଆ ବର୍ଷରୁ ହେବ ଅଳଙ୍କାର ଗଣତି ମଣତି । କାର୍ତ୍ତିକ ମାସ ଚାଲୁଥିବାରୁ ଶ୍ରୀମନ୍ଦିରରେ ଭିଡ଼ ଲାଗି ରହିଛି । କାର୍ତ୍ତିକ ସରିଲେ ହେବ ମରାମତି । ଏଥିପାଇଁ ଏଏସଆଇ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେବେ ପ୍ରାଥମିକ ଆଲୋଚାନରୁ ଶ୍ରୀମନ୍ଦିରରେ କୌଣସି ଗୁପ୍ତ କଠୋରୀ କିମ୍ବା ସୁଡ଼ଙ୍ଗ ନାହିଁ । ତଥାପି ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ସରକାର । […]
ପୁରୀ : ରତ୍ନ ଭଣ୍ଡାରରେ ନାହିଁ କୌଣସି ସୁଡ଼ଙ୍ଗ କିମ୍ବା ଗୁପ୍ତ କଠୋରୀ । ନୂଆ ବର୍ଷରୁ ହେବ ଅଳଙ୍କାର ଗଣତି ମଣତି । କାର୍ତ୍ତିକ ମାସ ଚାଲୁଥିବାରୁ ଶ୍ରୀମନ୍ଦିରରେ ଭିଡ଼ ଲାଗି ରହିଛି । କାର୍ତ୍ତିକ ସରିଲେ ହେବ ମରାମତି । ଏଥିପାଇଁ ଏଏସଆଇ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେବେ ପ୍ରାଥମିକ ଆଲୋଚାନରୁ ଶ୍ରୀମନ୍ଦିରରେ କୌଣସି ଗୁପ୍ତ କଠୋରୀ କିମ୍ବା ସୁଡ଼ଙ୍ଗ ନାହିଁ । ତଥାପି ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଆଇନମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ରତ୍ନ ଭଣ୍ଡାରରେ ଫାଟ ରହିଥିବା ସ୍ପଷ୍ଟ ହୋଇଛି। କାର୍ତ୍ତିକ ମାସ ପରେ ଏକ ମାସ ଧରି ମରାମତି କାମ କରିବ ଏଏସଆଇ । ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ। ପୁରୁଣା ତାଲିକା ସହ ମ୍ୟାଚ କରଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ।
ସୂଚନାଯୋଗ୍ୟ, କିଛି ଦିନ ତଳେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଥିଲେ, ଗଣତିମଣତି ଏସଓପି ପ୍ରସ୍ତୁତି ସରିଛି। ଏଏସଆଇ ମରାମତି କରି ସାର୍ଟିଫିକେଟ୍ ଦେବା ପରେ ଗଣତିମଣତି ହେବ। ଏସଓପି ଗୋପନୀୟ। ଏଣୁ ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି ମଧ୍ୟ ଜଷ୍ଟିସ୍ ରଥ କହିଥିଲେ।




