ପାର୍ଟ ପ୍ଲଟ ବିକ୍ରିରେ ସମସ୍ୟା ନାହିଁ – ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର : ହେଇ ପାରିବ ପାର୍ଟ ପ୍ଲଟ ବିକ୍ରି । ପାର୍ଟ ପ୍ଲଟ ବିକ୍ରିକୁ ନେଇ କୌଣସି ସମସ୍ୟା ନାହିଁ I କୌଣସି ସବ୍‌ ରେଜିଷ୍ଟର ପାର୍ଟ ପ୍ଲଟ ରେଜିଷ୍ଟର କରିବାକୁ ମନା କରୁଥିଲେ ଆମକୁ ତଥ୍ୟ ଦିଅନ୍ତୁ । ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ନିର୍ଦ୍ଧିଷ୍ଟ ଅଭିଯୋଗ ଯଦି ଅଛି ମନ୍ତ୍ରୀଙ୍କୁ ଜଣାଇଲେ ସଙ୍ଗେ ସଙ୍ଗେ ନିଲମ୍ବନ କରାଯିବ । ପୂର୍ବ ସରକାର ସମୟରେ ପାର୍ଟ ପ୍ଲଟ ବିକ୍ରିକୁ ନେଇ ଲୋକଙ୍କୁ ହନ୍ତସନ୍ତ କରାଯାଉଥିଲା […]

ପାର୍ଟ ପ୍ଲଟ ବିକ୍ରିରେ ସମସ୍ୟା ନାହିଁ – ରାଜସ୍ବମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ହେଇ ପାରିବ ପାର୍ଟ ପ୍ଲଟ ବିକ୍ରି । ପାର୍ଟ ପ୍ଲଟ ବିକ୍ରିକୁ ନେଇ କୌଣସି ସମସ୍ୟା ନାହିଁ I କୌଣସି ସବ୍‌ ରେଜିଷ୍ଟର ପାର୍ଟ ପ୍ଲଟ ରେଜିଷ୍ଟର କରିବାକୁ ମନା କରୁଥିଲେ ଆମକୁ ତଥ୍ୟ ଦିଅନ୍ତୁ । ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ନିର୍ଦ୍ଧିଷ୍ଟ ଅଭିଯୋଗ ଯଦି ଅଛି ମନ୍ତ୍ରୀଙ୍କୁ ଜଣାଇଲେ ସଙ୍ଗେ ସଙ୍ଗେ ନିଲମ୍ବନ କରାଯିବ । ପୂର୍ବ ସରକାର ସମୟରେ ପାର୍ଟ ପ୍ଲଟ ବିକ୍ରିକୁ ନେଇ ଲୋକଙ୍କୁ ହନ୍ତସନ୍ତ କରାଯାଉଥିଲା ।

ଏ ସରକାରରେ ସେମିତି ହେବ ନାହିଁ । ଲୋକଙ୍କ ସରକାର ଲୋକଙ୍କ କଥା ବୁଝିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ । ପାର୍ଟ ପ୍ଲଟ ପଞ୍ଜୀକରଣକୁ ନେଇ ରାଜ୍ୟର ବିଭିନ୍ନ ସବ୍‌ ରେଜିଷ୍ଟ୍ରାର ଅଫିସ୍‌ରେ ଏକ ବର୍ଷରୁ ଅଧିକ ସମୟ ଧରି ଅଚଳାବସ୍ଥା ଜାରି ରହିଛି । ନିଜ ଜମି ହୋଇ ବି ଜମି ମାଲିକମାନେ ଜରୁରୀ ସ୍ଥିତିରେ ଆଂଶିକ ଜମି ବିକ୍ରିରୁ ବଞ୍ଚିତ ହେଉଛନ୍ତି । ପାର୍ଟ ପ୍ଲଟ ବିକ୍ରିରେ ଜଟିଳ ନିୟମ ଓ ସବ୍‌ରେଜିଷ୍ଟ୍ରାରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁ ପଞ୍ଜୀକରଣ ପ୍ରକ୍ରିୟା ପ୍ରଭାବିତ ହେଉଥିବା କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।

Tags: