ମାଗଣା ବିଜୁଳି ଯୋଗାଣର କୌଣସି ଯୋଜନା ନାହିଁ – କେ.ଭି.ସିଂ ଦେଓ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିଜେପି ୩୦୦ ୟୁନିଟ ମାଗଣା ବିଜୁଳି ଦେବାକୁ କହିଥିଲା। ହେଲେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ୩ ମାସ ପୂରିବାକୁ ଥିବା ବେଳେ ଏବେ ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଣର କୌଣସି ବ୍ୟବସ୍ଥା ନାହିଁ ବୋଲି କହିଲେଣି। ଆଜି ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତ ମାଗଣା ବିଜୁଳି ପ୍ରସଙ୍ଗ ଉଠାଇଥିଲେ। ଯାହାର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ନୂଆ […]

Samaya Live Picture
Published On

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିଜେପି ୩୦୦ ୟୁନିଟ ମାଗଣା ବିଜୁଳି ଦେବାକୁ କହିଥିଲା। ହେଲେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ୩ ମାସ ପୂରିବାକୁ ଥିବା ବେଳେ ଏବେ ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଣର କୌଣସି ବ୍ୟବସ୍ଥା ନାହିଁ ବୋଲି କହିଲେଣି। ଆଜି ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତ ମାଗଣା ବିଜୁଳି ପ୍ରସଙ୍ଗ ଉଠାଇଥିଲେ। ଯାହାର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଇବାର କୌଣସି ବ୍ୟବସ୍ଥା ନାହିଁ।

ବିଜେପି ବିଧାୟକ ମାନସ ଦତ୍ତ ପ୍ରଶ୍ନ କରିଥିଲେ କି କେନ୍ଦ୍ର ସରକାର ସୌଭାଗ୍ୟ ଯୋଜନାରେ ମାଗଣା ବିଜୁଳି ସଂଯୋଗ ଦେଉଛନ୍ତି। ଓଡିଶା ସରକାର ସେଭଳି ବ୍ୟବସ୍ଥା କରିଛନ୍ତି କି? ଉତ୍ତରରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ମାଗଣା ବିଦ୍ୟୁତ ଦେବାର ବ୍ୟବସ୍ଥା ନାହିଁ. ଯାହାର ସଂଯୋଗ ନାହିଁ, ଆବେଦନ କଲେ ଯୋଗାଇ ଦିଆଯିବ।

ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଗୃହରେ କହିଛନ୍ତି ସମସ୍ତେ ଜୈବିକ ଚାଷ ପଦ୍ଧତିକୁ ଆପଣାନ୍ତୁ । ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ।

ରାଜ୍ୟରେ ଦୁଇଟି ପ୍ରକ୍ରିୟାରେ ଜୈବିକ ଚାଷ କରାଯାଉଛି । ପରମ୍ପରାଗତ ଏବଂ ପ୍ରାକୃତିକ । ପରମ୍ପରାଗତ କୃଷି ଯୋଜନାରେ ୧୦ ଟି ଜିଲ୍ଲା ଏବଂ ପ୍ରାକୃତିକ କୃଷି ଯୋଜନାରେ ୧୫ ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟରେ ୨୦୧୮-୧୯ ରୁ ଜୈବିକ କୃଷି ପଦ୍ଧତିରେ କୃଷି କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏବେ ଯେଉଁମାନେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି, ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିଦେଶ ପଠାଇବାକୁ ଯୋଜନା କରଯାଉଛି ।

Tags: