ବିଜେପି ଯାହା କଲେ କିଛି କୁହାଯାଉନି, ଆମ ଉପରେ ଏତେ ରାଗ କାହିଁକି – ମମତା ବାନାର୍ଜୀ

କଲକାତା: ଦୀଘା ଜଗନ୍ନାଥ ଧାମ ନାଁକୁ ନେଇ ଥମୁ ନାହିଁ ବିବାଦ । ଏହାପରେ ପୁଣି ଏକ ରାଜନୀତି ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାରି ଭିତରେ ବିଜେପି ସହିତ ଓଡ଼ିଶା ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ବର୍ଷିଛନ୍ତି। ସେ କହିଛନ୍ତି ପୁରୀ ଜଗନ୍ନାଥ ମନ୍ଦିର ଓ ଦୀଘା ଧାମକୁ ଆମେ ସମ୍ମାନ କରୁ । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦୀଘା ଜଗନ୍ନାଥ ଧାମକୁ ଦର୍ଶନ ପାଇଁ ଯାଇଥିଲେ। […]

ବିଜେପି ଯାହା କଲେ କିଛି କୁହାଯାଉନି, ଆମ ଉପରେ ଏତେ ରାଗ କାହିଁକି – ମମତା ବାନାର୍ଜୀ
Samaya Live Picture
Published On

କଲକାତା: ଦୀଘା ଜଗନ୍ନାଥ ଧାମ ନାଁକୁ ନେଇ ଥମୁ ନାହିଁ ବିବାଦ । ଏହାପରେ ପୁଣି ଏକ ରାଜନୀତି ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାରି ଭିତରେ ବିଜେପି ସହିତ ଓଡ଼ିଶା ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ବର୍ଷିଛନ୍ତି। ସେ କହିଛନ୍ତି ପୁରୀ ଜଗନ୍ନାଥ ମନ୍ଦିର ଓ ଦୀଘା ଧାମକୁ ଆମେ ସମ୍ମାନ କରୁ ।

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦୀଘା ଜଗନ୍ନାଥ ଧାମକୁ ଦର୍ଶନ ପାଇଁ ଯାଇଥିଲେ। ଏହି ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥ ଧାମକୁ ଆମେ ସମ୍ମାନ କରୁ। ତେବେ ବିଜେପି ଯାହା କଲେ କିଛି କୁହାଯାଉନି, ଆମ ଉପରେ ଏତେ ରାଗ କାହିଁକି ବୋଲି କହି ପରୋକ୍ଷରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ମମତା । ତେବେ ଦୀଘାକୁ ଜଗନ୍ନାଥ ଧାମ କହିବା ପ୍ରସଙ୍ଗକୁ ଏଡ଼ାଇ ଗଲେ ମମତା।

ସେ କହିଲେ ସାରା ଦେଶରେ କାଳୀ ମନ୍ଦିର ଓ ଗୁରୁଦ୍ୱାର ରହିଛି। ସେଥିରେ କୌଣସି ଅସୁବିଧା ହେଉନାହିଁ। ହେଲେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଏତେ ରାଗ କାହିଁକି ବୋଲି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶ୍ନ ଉଠାଇଛନ୍ତି। ବିଜେପି ସରକାର ଏହାକୁ ନେଇ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

Tags: