ରାଜ୍ୟରେ ନାହାନ୍ତି HMPV ଆକ୍ରାନ୍ତ – ଜନ ସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ୱର : ରାଜ୍ୟରେ କୌଣସି HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଏବେ ସୁଦ୍ଧା ରାଜ୍ୟରୁ କେହି ସଂକ୍ରମିତ ଚିହ୍ନଟ ହେବାର ରିପୋର୍ଟ ଆସିନି। ଯେତିକି ନମୁନା ପରୀକ୍ଷା ପାଇଁ ଯାଇଛି, ସବୁ ନେଗେଟିଭ୍ ଆସିଛି। ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏନେଇ ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର । ପୂର୍ବରୁ ଖୋର୍ଦ୍ଧା କାଇପଦରରୁ ଜଣେ HMPV ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି […]
ଭୁବନେଶ୍ୱର : ରାଜ୍ୟରେ କୌଣସି HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଏବେ ସୁଦ୍ଧା ରାଜ୍ୟରୁ କେହି ସଂକ୍ରମିତ ଚିହ୍ନଟ ହେବାର ରିପୋର୍ଟ ଆସିନି। ଯେତିକି ନମୁନା ପରୀକ୍ଷା ପାଇଁ ଯାଇଛି, ସବୁ ନେଗେଟିଭ୍ ଆସିଛି। ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏନେଇ ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ।
ପୂର୍ବରୁ ଖୋର୍ଦ୍ଧା କାଇପଦରରୁ ଜଣେ HMPV ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ସାଧାରଣ ଥଣ୍ଡା ଜ୍ଵର ଭଳି HMPV ଲକ୍ଷଣ। ଶୀତ ଋତୁରେ ସାଧାରଣତଃ ଥଣ୍ଡା ଜ୍ଵର ହୁଏ । ରୋଗୀଙ୍କ ସଂଖ୍ୟା ସେତେ ଅଧିକ ହୋଇନାହିଁ। ତେଣୁ ଭୟ କରିବାର ଆବଶ୍ୟକତା ନାହିଁ।




