ରାଜ୍ୟରେ ନାହିଁ H9N2ଭାଇରସ,ସତର୍କ ରୁହନ୍ତୁ – ସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ୱର : କରୋନା ପରେ ଏବେ ଚୀନରେ ବର୍ତ୍ତମାନ ବଢିଛି ନିମୋନିଆ । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ରାଜ୍ୟଗୁଡିକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏ ସମ୍ପର୍କରରେ ପ୍ରତିକ୍ରିୟା ଦେଇଛନ୍ତି I ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଶ୍ରୀ ନିରଞ୍ଜନ ମିଶ୍ର କହିଛନ୍ତି H9N2ଭାଇରସ ନୂଆ ନୁହେଁ I କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ରାଜ୍ୟରେ ଦେଖାଦେଇନାହିଁ I ବର୍ତ୍ତମାନ ଇନଫ୍ଲୁଏଞ୍ଜା ଦେଖାଦେଉଥିବା ବେଳେ ଶୀତଋତୁରେ ନିଃଶ୍ୱାସପ୍ରଶ୍ୱାସ ଜନିତ […]
ଭୁବନେଶ୍ୱର : କରୋନା ପରେ ଏବେ ଚୀନରେ ବର୍ତ୍ତମାନ ବଢିଛି ନିମୋନିଆ । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ରାଜ୍ୟଗୁଡିକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏ ସମ୍ପର୍କରରେ ପ୍ରତିକ୍ରିୟା ଦେଇଛନ୍ତି I ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଶ୍ରୀ ନିରଞ୍ଜନ ମିଶ୍ର କହିଛନ୍ତି H9N2ଭାଇରସ ନୂଆ ନୁହେଁ I କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ରାଜ୍ୟରେ ଦେଖାଦେଇନାହିଁ I ବର୍ତ୍ତମାନ ଇନଫ୍ଲୁଏଞ୍ଜା ଦେଖାଦେଉଥିବା ବେଳେ ଶୀତଋତୁରେ ନିଃଶ୍ୱାସପ୍ରଶ୍ୱାସ ଜନିତ ରୋଗ ବୃଦ୍ଧି ପାଇବା ଆଶଙ୍କା ଉପୁଜିଛି। ତେଣୁ କରୋନା ବେଳେ ଆମେ ଯେଉଁସବୁ ନିୟମ ପାଳନ କରୁଥିଲେ, ତାହା ପାଳନ କରିବା ଆବଶ୍ୟକ। ନିମୋନିଆ ଏକ ବାୟୁବାହିତ ରୋଗ ହୋଇଥିବାରୁ ଯେଉଁ ମାନଙ୍କୁ ଥଣ୍ଡା,ଛିଙ୍କ କାଶ ହେଉଛି ମାସ୍କ ବ୍ୟବହାର କରିବା, ହାତ ସାନିଟାଇଜ କରିବା,ଜନଗହଳିରେ ଦୂରତା ବଜାୟ ରଖିବାକୁପ୍ରସ୍ତୁତ ରହିବାକୁ ସମସ୍ତ ଜିଲା ସ୍ବାସ୍ଥ୍ୟଧିକାରୀଙ୍କୁ ଏକ ମାର୍ଗଦର୍ଶକା ଜାରି କରିଛନ୍ତି। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ ଟେଷ୍ଟ ବଢାଇବାକୁ କୁହାଯାଇଛି I




