ରାଜ୍ୟକୁ ନାହିଁ ବନ୍ୟା ଆଶଙ୍କା – ଚନ୍ଦ୍ରଶେଖର ପାଢୀ
ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଥିଲା । ଗଭୀର ଅବପାତ ଦକ୍ଷିଣ ଓଡ଼ିଶା ଦେଇ ଗତି କରିବା ପରେ ଧୀରେ ଧୀରେ ଦୁର୍ବଳ ହେଉଛି । ଏହାର ପ୍ରଭାବରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କିନ୍ତୁ ବର୍ତ୍ତମାନ ଯାଏଁ ବିଭିନ୍ନ ନଦୀରେ ଜଳ ସ୍ତର ସ୍ଥିର ରହିଛି । ରାଜ୍ୟରେ ୮୯ ବ୍ଲକରେ ବର୍ଷା ରେକର୍ଡ ହୋଇଥିବାବେଳେ ରାଜ୍ୟକୁ ବନ୍ୟା ଆଶଙ୍କା ନ […]
ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଥିଲା । ଗଭୀର ଅବପାତ ଦକ୍ଷିଣ ଓଡ଼ିଶା ଦେଇ ଗତି କରିବା ପରେ ଧୀରେ ଧୀରେ ଦୁର୍ବଳ ହେଉଛି । ଏହାର ପ୍ରଭାବରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କିନ୍ତୁ ବର୍ତ୍ତମାନ ଯାଏଁ ବିଭିନ୍ନ ନଦୀରେ ଜଳ ସ୍ତର ସ୍ଥିର ରହିଛି । ରାଜ୍ୟରେ ୮୯ ବ୍ଲକରେ ବର୍ଷା ରେକର୍ଡ ହୋଇଥିବାବେଳେ ରାଜ୍ୟକୁ ବନ୍ୟା ଆଶଙ୍କା ନ ଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ।
ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ମୁତାବକ, ଲଗାଣ ବର୍ଷା ଯୋଗୁଁ କେବଳ ଗୋଟିଏ ନଦୀର ଜଳସ୍ତର ବିପଦ ସଙ୍କେତ ଟପି ଥିବାବେଳେ ଅନ୍ୟ ନଦୀମାନେଙ୍କର ଜଳ ସ୍ଥର ସ୍ଥିର ରହିଛି । କେବଳ ବଂଶଧାରା ନଦୀ ଛଡ଼ା ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । କାଶୀନଗର ନିକଟରେ ବଂଶଧାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କାଶୀନଗରରେ ବଂଶଧାରା ଜଳସ୍ତର ୫୫.୨୪ ମିଟରରେ ଉପରେ ପ୍ରବାହିତ ହେଉଛି । ତଳିଆ ଅଞ୍ଚଳ ପ୍ରଭାବିତ ହେବାକୁ ଆଶଙ୍କା କରାଯାଉଥିବାରୁ ପ୍ରଶାସନ ସଜାଗ ରହିଛି ।
ଅନ୍ୟପଟେ,ଆଗାମୀ ୧୨ଘଣ୍ଟାରେ ଆରବ ସାଗରରେ ବାତ୍ୟା ସମ୍ଭାବନା ରହିଛି । ଚଳିତ ବାତ୍ୟା ଋତୁରେ ଏହା ପ୍ରଥମ ବାତ୍ୟା ସମ୍ଭାବନା ରହିଛି । ୨୪ଘଣ୍ଟାରେ ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟା ରୂପ ନେଇପାରେ । ତେବେ ଓଡ଼ିଶା ଉପରେ ଏହି ବାତ୍ୟାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇଛି ।




