ରାଜ୍ୟରେ ନାହିଁ ବନ୍ୟା ସ୍ଥିତି: ଜଳ ସମ୍ପଦ ଯନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଫଳରେ ନଦୀ ଗୁଡିକରେ ପାଣି ଭର୍ତି ହୋଇଛି । ତେବେ ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିଲେ ମଧ୍ୟ ଆଗାମୀ ୪ ଦିନ ଯାଏଁ ବନ୍ୟା ଆଶଙ୍କା ନାହିଁ I ରାଜ୍ୟ ସରକାର ଏହା ଉପରେ […]
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଫଳରେ ନଦୀ ଗୁଡିକରେ ପାଣି ଭର୍ତି ହୋଇଛି । ତେବେ ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିଲେ ମଧ୍ୟ ଆଗାମୀ ୪ ଦିନ ଯାଏଁ ବନ୍ୟା ଆଶଙ୍କା ନାହିଁ I ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି। ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି। ଏଥିପାଇଁ ବୁଢ଼ାବଳଙ୍ଗର ଜଳସ୍ତର ବଢୁଛି। ଏବେ ୨ ଦଶମିକ ୧ ମିଟର ବର୍ଷା ଅଛି। ୱାର୍ଣ୍ଣିଂ ଲେଭଲ ୭.୨ ମିଟର ଓ ଡେଞ୍ଜର ଲେଭଲ ୮.୧୩ ମିଟର ରହିଛି । ଜଳକା ନଦୀ ବଢୁଥିଲା ବର୍ତ୍ତମାନ ଖସୁଛି। ହୀରାକୁଦ ଉପରମୁଣ୍ଡରେ ୨୦ ମିଲିମିଟର ବର୍ଷା ହୋଇଛି। ଯେଉଁଥି ପାଇଁ ୧.୫୦ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ୧୪ ଗେଟ ଖୋଲା ଅଛି । ୨.୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି।
ସେହିପରି ହୀରାକୁଦ ଜଳଭଣ୍ଡାରରେ ୬୦୯.୨ ଫୁଟ ପାଣି ଅଛି । ବିପଦ ସଙ୍କୁଳ ସ୍ଥିତି କିମ୍ୱା ଘାଇ ନେଇ କିଛି ଖବର ନାହିଁ । ମାଲକାନଗିରିରେ ଦୁଇଗୁଣା ବର୍ଷା ହେବାର ସୂଚନା ରହିଛି । ୬୨୦ ମିଲିମିଟର ସ୍ଥାନରେ ୧୦୩୦ ମିଲିମିଟର ବର୍ଷା ହୋଇଛି । ଏହା ଫ୍ଲାସ ଫ୍ଲଡ । ତେଣୁ ରାସ୍ତା ବୁଡିଥିଲା । ବୈତରଣୀ ଆଖୁଆପଦା ଠାରେ ୧୭.୧୦ ମିଟିର ଅଛି । ସେଠାରେ ୱାର୍ଣ୍ଣିଂ ଲେଭଲ ହେଉଛି ୧୭.୮୩ ମିଟର ଓ ଡେଞ୍ଜର ଲେଭଲ ୧୮.୩୩ ମିଟର । ସୁବର୍ଣ୍ଣରେଖାରେ ବନ୍ୟା ଜଳ ଅଛି । ରାଜଘାଟରେ ପାଣି ଖସୁଛି । କାରଣ ପାଣି ବୁଢାବଳଙ୍ଗ ବେସିନକୁ ପଳାଇଛି । ମୁଣ୍ଡୁଳୀରେ ବର୍ତ୍ତମାନ ୪ ଲକ୍ଷ ୨୦ ହଜାର କ୍ୟୁସେକ୍ ଜଳ ପ୍ରଭାହିତ ହେଉଛି । ମହାନଦୀରେ ବନ୍ୟା ପରିସ୍ଥିତି ନାହିଁ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, SRC, ଜଳ ସମ୍ପଦ ବିଭାଗ ସବୁ ବେସିନ ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।




