ହୋଇପାରିଲାନି ଅନାସ୍ଥା ଭୋଟ
ଝାରସୁଗୁଡା : ସ୍ଥଗିତ ରହିଲା ଅନାସ୍ଥା ଭୋଟ୍ । ଫେରିଗଲେ ନିର୍ବାଚନ ଅଧିକାରୀ । କେହି ନଆସିବାରୁ ଦୀର୍ଘ ସମୟ ଅପେକ୍ଷା ପରେ ନିର୍ବାଚନ ଅଧିକାରୀ ଫେରିଯାଇଥିବା ସୂଚନା ମିଳିଛି । ଝାରସୁଗୁଡ଼ା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଦେବାକୁ ସମିତି ସଭ୍ୟ କି ସରପଞ୍ଚ ଆସିନଥିଲେ । ସୂଚନା ଅନୁସାରେ ଆଜି ସକାଳ ୧୦ଟାରେ ଅନାସ୍ଥା ଭୋଟିଂ ଆରମ୍ଭ ହେବାକୁ ଥିଲା । ଏଥିପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷତା କରିବାକୁ […]
ଝାରସୁଗୁଡା : ସ୍ଥଗିତ ରହିଲା ଅନାସ୍ଥା ଭୋଟ୍ । ଫେରିଗଲେ ନିର୍ବାଚନ ଅଧିକାରୀ । କେହି ନଆସିବାରୁ ଦୀର୍ଘ ସମୟ ଅପେକ୍ଷା ପରେ ନିର୍ବାଚନ ଅଧିକାରୀ ଫେରିଯାଇଥିବା ସୂଚନା ମିଳିଛି । ଝାରସୁଗୁଡ଼ା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଦେବାକୁ ସମିତି ସଭ୍ୟ କି ସରପଞ୍ଚ ଆସିନଥିଲେ ।
ସୂଚନା ଅନୁସାରେ ଆଜି ସକାଳ ୧୦ଟାରେ ଅନାସ୍ଥା ଭୋଟିଂ ଆରମ୍ଭ ହେବାକୁ ଥିଲା । ଏଥିପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର, ପୁଲିସ ଉପସ୍ଥିତ ହୋଇଥିଲେ । କିନ୍ତୁ ଦିନ ୧୧ଟା ଯାଏଁ କୌଣସି ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ନହେବାରୁ ବୈଠକ ବାତିଲ କରାଯାଇଥିଲା ଓ ଭୋଟିଂ ପାଇଁ ଯାଇଥିବା ଅଧିକାରୀମାନେ ଫେରି ଯାଇଥିଲେ।
ସେପଟେ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି । ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲି ଥାନାରେ ବିଶାଲ ଦାସ ଅଟକ ଅଛନ୍ତି । ବିଶାଲଙ୍କ ସହ ପିଆରଆଇ ସଦସ୍ୟଙ୍କୁ ମଧ୍ୟ ଅଟକ ରଖାଯାଇଛି। ବିଜେଡି ପିଆରଆଇ ସଦସ୍ୟ ଆଣିଥିଲେ ଅନାସ୍ଥା ପ୍ରସ୍ତାବ। କିର୍ମିରା ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ସାହୁଙ୍କ ବିରୋଧରେ ଆସିଥିଲା ଅନାସ୍ଥା । ଏକ ଭିଡିଓ ମାଧ୍ୟମରେ ଏହା କହିଛନ୍ତି ଵିଶାଲ ଦାସ । ରାତି ୨ଟାରୁ ସମସ୍ତଙ୍କୁ ଅଟକ ରଖାଯାଇଥିବା ବିଶାଲ ସୂଚନା ଦେଇଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନକୁ ବେଆଇନ କହିଛନ୍ତି ବିଶାଲ ।
ସୂଚନାନୁସାରେ,କିର୍ମିରା ବ୍ଲକରେ ବିଜେଡିର ସମିତି ସଭ୍ୟ ଓ ସରପଞ୍ଚଙ୍କ ସଂଖ୍ଯା ୧୨। କିର୍ମିରା ବ୍ଲକରେ ବିଜେପିର ସମିତି ସଭ୍ୟ ଓ ସରପଞ୍ଚଙ୍କ ସଂଖ୍ୟା ମାତ୍ର ୪। ଅନାସ୍ଥା ଭୋଟ ହୋଇଥିଲେ ବ୍ଲକ ଅଧ୍ୟକ୍ଷା ହାରିବା ନିଶ୍ଚିତ ଥିଲା । ସେଥିପାଇଁ ଏଭଳି ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ,ଗତକାଲି ବିଶାଲଙ୍କ ଘରେ ପୋଲିସ ବିନା ସର୍ଚ୍ଚ ୱାରେଣ୍ଟରେ ପ୍ରବେଶ କରିଥିଲା । ସାଥୀରେ କିଛି ଅଣ- ପୋଲିସ ମଧ୍ୟ ଥିଲେ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ତାଙ୍କ ଘରେ ପୋଲିସ ରହିଥିଲା । ଏହାକୁ ନେଇ ସେ ଆପତ୍ତି କରିବା ସହ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଭେଟି ଫେରାଦ ହୋଇଥିଲେ।
ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସ। ଯଦି ଅନାସ୍ଥା ଭୋଟରେ ପିଆରଆଇ ସଦସ୍ୟ ସାମିଲ ହୋଇନପାରନ୍ତି ଏହାର ଦାୟୀ ଓଡ଼ିଶା ସରକାର ହେବେ ବୋଲି କହିଛନ୍ତି ଦୀପାଳି। ଗଣତନ୍ତ୍ରର ଏହା ହତ୍ୟା ବୋଲି କଡ଼ା ସମାଲୋଚନା କରି କହିଛନ୍ତି ।




