ସ୍ଥଗିତ ରହିଲା ୧ନଂ ପରିବା ହାଟ ବ୍ୟବସାୟୀଙ୍କ ଆନ୍ଦୋଳନ,ଲକ୍ଷ୍ମୀ ପୂଜା ପୂର୍ବରୁ ହେବ ଦାବି ପୂରଣ

ଭୁବନେଶ୍ୱର : ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ। ଆସନ୍ତା ୨୦ ତାରିଖରେ ‌ଭୁବନେଶ୍ବରରେ ପରିବା ବ୍ୟବସାୟ ବନ୍ଦ ରଖିବାକୁ ଦେଇଥିବା ଚେତାବନୀରୁ ଓହରି ଯାଇଛି ବ୍ୟବସାୟୀ ମହାସଂଘ। ପ୍ରତିଶୃତି ମିଳିବା ପରେ ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛି ସଂଘ। ଆଗକୁ ପୂଜା ଥିବାରୁ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ସଂଘ କହିଛି । ୭ ଦଫା ଦାବି ନେଇ ୨୦ ତାରିଖରୁ କଞ୍ଚା ପରିବା ହାଟ ବ୍ୟବସାୟ ବନ୍ଦ […]

Samaya Live Picture
Published On

ଭୁବନେଶ୍ୱର : ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ। ଆସନ୍ତା ୨୦ ତାରିଖରେ ‌ଭୁବନେଶ୍ବରରେ ପରିବା ବ୍ୟବସାୟ ବନ୍ଦ ରଖିବାକୁ ଦେଇଥିବା ଚେତାବନୀରୁ ଓହରି ଯାଇଛି ବ୍ୟବସାୟୀ ମହାସଂଘ। ପ୍ରତିଶୃତି ମିଳିବା ପରେ ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛି ସଂଘ। ଆଗକୁ ପୂଜା ଥିବାରୁ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ସଂଘ କହିଛି । ୭ ଦଫା ଦାବି ନେଇ ୨୦ ତାରିଖରୁ କଞ୍ଚା ପରିବା ହାଟ ବ୍ୟବସାୟ ବନ୍ଦ କରିବାକୁ ଚେତାବନୀ ଦେଇଥିଲା ସଂଘ।

ଗତକାଲି ମଧ୍ୟ ବିଧାୟକ, ଡେପୁଟି କମିଶନର, ଜୋନ ଏସପି ଓ ପରିବା ସଂଘକୁ ନେଇ ହୋଇଥିଲା ଆଲୋଚନା I ୭ ଦଫା ଦାବି ଉପରେ ହୋଇଛି ଆଲୋଚନା। ଏନେଇ ରାଜଧାନୀ କଞ୍ଚା ପନିପରିବା ମହାଜନ ସଙ୍ଘ ସମ୍ପାଦକ କବିରାଜ ସ୍ଵାଇଁଙ୍କ ସୂଚନା ଦେଇଛନ୍ତି I ମହାସଂଘ କରିଥିବା ସମସ୍ତ ଦାବି ଲକ୍ଷ୍ମୀ ପୂଜା ପୂର୍ବରୁ ପୂରଣ ହେବ ବୋଲି ବିଏମ୍‌ସି ପ୍ରତିଶ୍ରୁତି ଦେଇଛି । ଖୁବ ଶୀଘ୍ର ବିଏମ୍‌ସି କମିସନର ମଧ୍ୟ ଏନେଇ ଆଲୋଚନା କରିବେ ଓ ଲିଖିତ ପ୍ରତିଶ୍ରୁତି ଦେବ ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ ଏସବିଆଇ କଡ଼ରେ ଥିବା ରାସ୍ତାକୁ ଅବରୋଧ ୟୁନିଟ ୧ ଦୁର୍ଗାପୂଜା କମିଟି ପକ୍ଷରୁ କରାଯାଇଛି ବୋଲି ଅଭିଯୋଗ କରିଛି ମହାଜନ ସଂଘ । ଏହାସହ ଏହି ରାସ୍ତା କଡରେ ଥିବା ପ୍ଲାଷ୍ଟିକ୍ ବଜାରକୁ ଉଛେଦ କରିବା ପାଇଁ ମଧ୍ୟ ଦାବି କରିଥିଲା ସଂଘ । ଏହାଛଡ଼ା ଭଗବାନପୁରରେ ଥିବା ୧୦ ଏକର ଜମି ଯୋଗାଇଦେବାକୁ ସଂଘ ଦାବି କରିଛି ।

Tags: