ବିଏମସି ସହ ଆଲୋଚନା ପରେ ଖୋଲିଲା ୧ନମ୍ବର ହାଟ
ଭୁବନେଶ୍ୱର : ଆଜି ଠାରୁ ଖୋଲିବ ୟୁନିଟ-୧ ହାଟ । ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଏହି ସୂଚନା ଦେଇଛନ୍ତି। ଦୀର୍ଘ ୬ ଦିନ ଧରି ହାଟ ବନ୍ଦ ରହିବା ପରେ ଆଜି ପୁଣି ଥରେ ଚଳଚଞ୍ଚଳ ହେବ ୟୁନିଟ-୧ ହାଟ । ବିଏମସି ସହ ଆଲୋଚନା ପରେ ଏହି ହାଟ ଖୋଲିବ । ପାର୍କିଙ୍ଗ ସହ ଜବରଦଖଲ ଏବଂ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରିଥିଲେ ବ୍ୟବସାୟୀ […]
ଭୁବନେଶ୍ୱର : ଆଜି ଠାରୁ ଖୋଲିବ ୟୁନିଟ-୧ ହାଟ । ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଏହି ସୂଚନା ଦେଇଛନ୍ତି। ଦୀର୍ଘ ୬ ଦିନ ଧରି ହାଟ ବନ୍ଦ ରହିବା ପରେ ଆଜି ପୁଣି ଥରେ ଚଳଚଞ୍ଚଳ ହେବ ୟୁନିଟ-୧ ହାଟ ।
ବିଏମସି ସହ ଆଲୋଚନା ପରେ ଏହି ହାଟ ଖୋଲିବ । ପାର୍କିଙ୍ଗ ସହ ଜବରଦଖଲ ଏବଂ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରିଥିଲେ ବ୍ୟବସାୟୀ ସଙ୍ଘ । ତେବେ ଗତ କାଲି ବିଏମସି ଅଧିକାରୀ ହାଟ ପରିଦର୍ଶନ କରିବା ପରେ ଏବଂ ଦାବି ପୂରଣ କରିବାକୁ ପ୍ରତିଶ୍ରୃତି ଦେଇଥିଲେ । ସେହିପରି ମୁଖ୍ୟ ପାର୍କିଂ ସମସ୍ୟାକୁ ସମାଧାନ କରିବାକୁ ୨ରୁ ୪ ଦିନ ସମୟ ନେବା ସହ ସମାଧାନ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।




