ଆଜି ଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ

ଭୁବନେଶ୍ୱର : ଆଜିଠାରୁ ନୂଆ ଦିଲ୍ଳୀରେରେ ଅନୁଷ୍ଠିତ ହେଉଛି ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସାଧାରଣ ପରିଷଦ ବୈଠକ ଆରମ୍ଭ ହେଉଛି । ଏଥିରେ ଯୋଗ ଦେବାପାଇଁ ଓଡିଶାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ତରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆଗାମୀ ଦିନରେ ନୂଆ ଓଡ଼ିଶା ଗଠନକୁ ସମୃଦ୍ଧ କରିବାକୁ ଯାଉଥିବା । ନୂଆ ସରକାର ରଖିଥିବା […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ନୂଆ ଦିଲ୍ଳୀରେରେ ଅନୁଷ୍ଠିତ ହେଉଛି ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସାଧାରଣ ପରିଷଦ ବୈଠକ ଆରମ୍ଭ ହେଉଛି । ଏଥିରେ ଯୋଗ ଦେବାପାଇଁ ଓଡିଶାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ତରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆଗାମୀ ଦିନରେ ନୂଆ ଓଡ଼ିଶା ଗଠନକୁ ସମୃଦ୍ଧ କରିବାକୁ ଯାଉଥିବା । ନୂଆ ସରକାର ରଖିଥିବା ଭିଜନକୁ ବୈଠକରେ ଉପସ୍ଥାପନା କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟି କରଣ କରିଛନ୍ତି। ଦୀର୍ଘଦିନ ଧରି ଯେଉଁସବୁ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ କେନ୍ଦ୍ରର ବିଚାରାଧୀନ ରହିଛି ସେ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବେ ।

ଆଜିର ବୈଠକରେ ବିକଶିତ ଭାରତ ୨୦୪୭ ଉପରେ ଥିବା ଦୃଷ୍ଟିକୋଣ ବା ଫୋକସ୍ ଉରପରେ ଚର୍ଚ୍ଚା କରାଯିବ। ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ରାଜ୍ୟ ଗୁଡିକର ଭୂମିକା ଉପରେ ମଧ୍ୟ ଚର୍ଚ୍ଚା ହେବ। ନୀତି ଆୟୋଗ ବୈଠକରେ ସାମିଲ ହୋଇଥିବା ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିକଶିତ ଭାରତ ଉପରେ ନିଜର ପରାମର୍ଶ ରଖିବେ ।
ଏହି ବୈଠକର ସମାପ୍ତି ପରେ ବିଜେପିର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ରହିଛି। ଏହାସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ୨୯ ତାରିଖରେ ଓଡିଶା ଫେରିବାର ସୂଚନା ରହିଛି ।

Tags: