ମାଲକାନଗିରି ମୋଟୁରେ NIA ରେଡ୍

ମାଲକାନଗିରି : ମାଲକାନଗିରିରେ NIA ରେଡ୍ । ମାଲକାନଗିରି ମୋଟୁ ଥାନା ଅନନ୍ତପାଲି ଗାଁରେ ଏନଆଇଏର ବଡ ଧରଣରେ ରେଡ୍ ହୋଇଛି । ଛତିଶଗଡ ସୁକୁମା ସହରରେ ୨ଟି ସ୍ଥାନରେ ମଧ୍ୟ ରେଡ୍ କରିଛି ଏନଆଇଏ । ନକ୍ସଲ ଲିଙ୍କରେ ରେଡ୍ ହୋଇଥିବା ସୂଚନା ମିଳିଛି । ସୂଚନାନୁସାରେ,ଗୁରୁବାର ଦିନ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ରେଡ୍‌ ଚାଲିଛି । ଏହିକ୍ରମରେ ଓଡିଶାରେ ମଧ୍ୟ ଏକ ସ୍ଥାନ ରହିଛି । ମାଲକାନଗିରି ଜିଲ୍ଲା […]

Samaya Live Picture
Published On

ମାଲକାନଗିରି : ମାଲକାନଗିରିରେ NIA ରେଡ୍ । ମାଲକାନଗିରି ମୋଟୁ ଥାନା ଅନନ୍ତପାଲି ଗାଁରେ ଏନଆଇଏର ବଡ ଧରଣରେ ରେଡ୍ ହୋଇଛି । ଛତିଶଗଡ ସୁକୁମା ସହରରେ ୨ଟି ସ୍ଥାନରେ ମଧ୍ୟ ରେଡ୍ କରିଛି ଏନଆଇଏ । ନକ୍ସଲ ଲିଙ୍କରେ ରେଡ୍ ହୋଇଥିବା ସୂଚନା ମିଳିଛି ।

ସୂଚନାନୁସାରେ,ଗୁରୁବାର ଦିନ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ରେଡ୍‌ ଚାଲିଛି । ଏହିକ୍ରମରେ ଓଡିଶାରେ ମଧ୍ୟ ଏକ ସ୍ଥାନ ରହିଛି । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନନ୍ତପାଲିରେ ଭୋର ୩ଟା ସମୟରୁ ଆସି ରେଡ୍‌ କରୁଛି ହାଇଦ୍ରାବାଦ୍‌ର ଏନ୍‌ଆଇଏ ଟିମ୍‌ । ଏହି ଚଢାଉରେ ସେମାନଙ୍କୁ ସହଯୋଗ କରୁଛନ୍ତି ବିଏସ୍‌ଏଫ୍‌ ଏବଂ ଡିଭିଏଫ୍‌ ବାହିନୀ ।

Tags: