ଭୁବନେଶ୍ୱରରେ ଖୋଲିବ ଏଏନଆଇ ଅଫିସ
ଭୁବନେଶ୍ୱର : ଭୁବନେଶ୍ଵରରେ ଖୋଲିବ ଏନଆଇଏ ଅଫିସ୍ । ଦାୟିତ୍ଵରେ ରହିବେ ଜଣେ ଏସପି ରାଙ୍କର ଅଧିକାରୀ । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିର ଏହି ଶାଖା ଏକ ଥାନା ଭାବେ କାମ କରିବ । ଏହି ଥାନା ଅଧୀନରେ ରହିବ ପୂରା ରାଜ୍ୟ । ଭୁବନେଶ୍ଵର ଭିଏସଏସ୍ ନଗରରେ ଖୋଲିବ ଏହି ଥାନା । ଭିଏସଏସ ନଗର ବିଏସଏନଏଲ କର୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ରରେ ଏହା ଅସ୍ଥାୟୀ ଭାବେ ଖୋଲାଯିବ । ଏନେଇ ଏସପି ଏନଆଇଏ କାର୍ଯ୍ୟାଳୟ ସମ୍ପର୍କରେ […]
ଭୁବନେଶ୍ୱର : ଭୁବନେଶ୍ଵରରେ ଖୋଲିବ ଏନଆଇଏ ଅଫିସ୍ । ଦାୟିତ୍ଵରେ ରହିବେ ଜଣେ ଏସପି ରାଙ୍କର ଅଧିକାରୀ । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିର ଏହି ଶାଖା ଏକ ଥାନା ଭାବେ କାମ କରିବ । ଏହି ଥାନା ଅଧୀନରେ ରହିବ ପୂରା ରାଜ୍ୟ । ଭୁବନେଶ୍ଵର ଭିଏସଏସ୍ ନଗରରେ ଖୋଲିବ ଏହି ଥାନା ।
ଭିଏସଏସ ନଗର ବିଏସଏନଏଲ କର୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ରରେ ଏହା ଅସ୍ଥାୟୀ ଭାବେ ଖୋଲାଯିବ । ଏନେଇ ଏସପି ଏନଆଇଏ କାର୍ଯ୍ୟାଳୟ ସମ୍ପର୍କରେ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଦ୍ୱାରା ବିଜ୍ଞପ୍ତି ସ୍ୱାକ୍ଷରିତ ହୋଇଛି । ପ୍ରାରମ୍ଭିକ ଭାବେ ଏହାର ଅଫିସ ଭିଏସଏସ ନଗର ଠାରେ ଖୋଲିବ ବୋଲି ଜଣାଯାଇଛି । ରାଜ୍ୟରେ ବଢୁଥିବା ଆଇନ ଶୃଙ୍ଖଳାକୁ ନଜରେ ରଖି ଏନଆଇଏର ଏହି ଶାଖା ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।




