୨ୟ ଦିନରେ NHRC ଟିମର ତନାଘନା

ଭୁବନେଶ୍ବର : ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା । ୨ ଦିନରେ ତନାଘନା କରୁଛି ଏନଏଚ୍‌ଆର୍‌ସି ଟିମ୍ । ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରଖିଥିବା ବେଳେ ଆଉ ୩ ଜଣଙ୍କୁ ନୋଟିସ୍ ଜାରି ହୋଇଛି । ରାଜ୍ୟ ଅତିଥି ଭବନରେ ୩ କର୍ମଚାରୀଙ୍କୁ ଜେରା କରୁଛି NHRC ଟିମ । କିଟ ଅନୁଷ୍ଠାନର ୩ ଜଣ ଉଚ୍ଚ କର୍ମଚାରୀଙ୍କୁ ଗତକାଲି ନୋଟିସ ଜାରି କରାଯାଇଥିଲା । କିଟ୍‌ର ଡିରେକ୍ଟର, ଅଫ […]

Samaya Live Picture
Published On

ଭୁବନେଶ୍ବର : ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା । ୨ ଦିନରେ ତନାଘନା କରୁଛି ଏନଏଚ୍‌ଆର୍‌ସି ଟିମ୍ । ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରଖିଥିବା ବେଳେ ଆଉ ୩ ଜଣଙ୍କୁ ନୋଟିସ୍ ଜାରି ହୋଇଛି । ରାଜ୍ୟ ଅତିଥି ଭବନରେ ୩ କର୍ମଚାରୀଙ୍କୁ ଜେରା କରୁଛି NHRC ଟିମ । କିଟ ଅନୁଷ୍ଠାନର ୩ ଜଣ ଉଚ୍ଚ କର୍ମଚାରୀଙ୍କୁ ଗତକାଲି ନୋଟିସ ଜାରି କରାଯାଇଥିଲା । କିଟ୍‌ର ଡିରେକ୍ଟର, ଅଫ ଷ୍ଟୁଡେଣ୍ଟ ଆଫେୟାର୍ସ, ଡିଜି ଇଣ୍ଟରନ୍ୟାସନାଲ ରିଲେସନ୍ସ, ଡିରେକ୍ଟର ଆଡମିନିଷ୍ଟ୍ରେଟିଭ୍‌ଙ୍କୁ ହାଜର ହେବାକୁ ନୋଟିସ୍ ହୋଇଛି । ସେହିପରି କିଟ୍‌ର ୩ ଜଣ ଛାତ୍ରଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ୍ ଦେଇଛି ଉଚ୍ଚସ୍ତରୀୟ କମିଟି ।

ଗୁରୁବାର ଦିନ ଲ’ ରେଜିଷ୍ଟ୍ରାର ଯୋଗୀନ୍ଦର ସିଂହଙ୍କ ନେତୃତ୍ବରେ ଦୁଇ ଜଣିଆ ଦଳ କିଟ୍‌ କ୍ୟାମ୍ପସରେ ପହଞ୍ଚି ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ମାମଲାରେ ଯିଏ ବି ଚାହିଁବେ ତଦନ୍ତକାରୀ ଦଳକୁ ସୂଚନା ଦେଇପାରିବେ ବୋଲି ଏନ୍‌ଏଚ୍‌ଆର୍‌ସି ସଦସ୍ୟ ପ୍ରିୟଙ୍କ କାନୁନଗୋ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆସନ୍ତା ୧୦ ତାରିଖ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ଲାଗି ଆୟୋଗଙ୍କ ନିର୍ଦେଶ ରହିଛି।

ଆଜି କିଟ୍‌ର ୨ ମହିଳା କର୍ମଚାରୀଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ଟିମ୍ ଜେରା କରିଛନ୍ତି । ସକାଳୁ ରାଜ୍ୟ ଅତିଥି ଭବନରେ ହାଜର ହୋଇଥିଲେ କିଟ୍‌ର ଦୁଇ ମହିଳା କର୍ମଚାରୀ । ସେମାନଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ଟିମ୍‌ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛନ୍ତି ।

 

Tags: