ବେଳାଭୂମି ଗଣଦୁଷ୍କର୍ମ ଘଟଣା, ତଦନ୍ତ ନିର୍ଦେଶ ଦେଲେ ଏନଏଚଆରସି

ଗଞ୍ଜାମ: ଗୋପାଳପୁର ବେଳାଭୂମି କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆୟୋଗ ନୋଟିସ୍‌ ଜାରି କରି ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି । ଏଥି ସହିତ ମାମଲାର ତଦନ୍ତ ସ୍ଥିତି, ପୀଡ଼ିତାଙ୍କର ସ୍ୱାସ୍ଥ୍ୟ ଏବଂ ତାଙ୍କୁ ଦିଆଯାଇଥିବା କ୍ଷତିପୂରଣ/ପରାମର୍ଶ ସମ୍ପର୍କରେ ସୂଚନା ରିପୋର୍ଟରେ ସାମିଲ କରିବାକୁ କହିଛନ୍ତି । […]

ବେଳାଭୂମି ଗଣଦୁଷ୍କର୍ମ ଘଟଣା, ତଦନ୍ତ ନିର୍ଦେଶ ଦେଲେ ଏନଏଚଆରସି
Samaya Live Picture
Published On

ଗଞ୍ଜାମ: ଗୋପାଳପୁର ବେଳାଭୂମି କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆୟୋଗ ନୋଟିସ୍‌ ଜାରି କରି ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି । ଏଥି ସହିତ ମାମଲାର ତଦନ୍ତ ସ୍ଥିତି, ପୀଡ଼ିତାଙ୍କର ସ୍ୱାସ୍ଥ୍ୟ ଏବଂ ତାଙ୍କୁ ଦିଆଯାଇଥିବା କ୍ଷତିପୂରଣ/ପରାମର୍ଶ ସମ୍ପର୍କରେ ସୂଚନା ରିପୋର୍ଟରେ ସାମିଲ କରିବାକୁ କହିଛନ୍ତି ।

ସେପଟେ, ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତଙ୍କ କ୍ରାଇମ୍‌ ସିନ୍‌ ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଗୁରୁତ୍ବପୂର୍ଣ୍ଣ ଡିଜିଟାଲ୍‌ ପ୍ରମାଣ ମିଳିଛି । ଗିରଫ ୧୦ ଜଣ ଅଭିଯୁକ୍ତଙ୍କ ମୋବାଇଲ୍‌ ଜବତ କରି SFSLକୁ ପଠାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବା ସେ କହିଛନ୍ତି । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ।

ସୂଚନା ଯୋଗ୍ୟ, ଗତ ୧୫ ତାରିଖରେ ଗୋପାଳପୁର ବେଳାଭୂମିକୁ ଜଣେ ୨୦ ବର୍ଷର କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବାବେଳେ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥିରେ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ ଅଛନ୍ତି । କ୍ରାଇମ୍‌ବ୍ରାଞ୍ଚ ଆଇଜି ଏସ୍‌.ସାଇନିଙ୍କ ତତ୍ତ୍ୱାବଧାନରେ ୯ ଜଣିଆ ଟିମ୍‌ ବ୍ରହ୍ମପୁରରେ ଡେରା ପକାଇଥିବା ବେଳେ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।

Tags: