କିଟ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡ଼ିଜିଙ୍କୁ ନୋଟିସ କଲେ ଏନଏଚଆରସି
ଭୁବନେଶ୍ୱର : ଗତ ଗୁରୁବାର ଦିନ ସନ୍ଧ୍ୟାରେ କିଟ ବିଶ୍ୱବିଦ୍ୟାଳରେ ପୁଣି ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡ଼ିଜିଙ୍କୁ ନୋଟିସ କରିଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ମାତ୍ର ଅଢେଇ ମାସ ବ୍ୟବଧାନରେ ୨ ଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି କମିଶନ । ଏହି ସମ୍ବେଦନଶୀଳ ଘଟଣାରେ ତଦନ୍ତ କରି ଆସନ୍ତା ୯ ତାରିଖ ଚୂଡାନ୍ତ ରିପୋର୍ଟ ସହ […]
ଭୁବନେଶ୍ୱର : ଗତ ଗୁରୁବାର ଦିନ ସନ୍ଧ୍ୟାରେ କିଟ ବିଶ୍ୱବିଦ୍ୟାଳରେ ପୁଣି ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡ଼ିଜିଙ୍କୁ ନୋଟିସ କରିଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ମାତ୍ର ଅଢେଇ ମାସ ବ୍ୟବଧାନରେ ୨ ଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି କମିଶନ ।
ଏହି ସମ୍ବେଦନଶୀଳ ଘଟଣାରେ ତଦନ୍ତ କରି ଆସନ୍ତା ୯ ତାରିଖ ଚୂଡାନ୍ତ ରିପୋର୍ଟ ସହ କାର୍ଯ୍ୟାନୁଷ୍ଠାନ ସାରିବାକୁ ନିର୍ଦ୍ଦେଶ ହୋଇଛି । ରିପୋର୍ଟରେ ଏତଲା ଓ ପୋଷ୍ଟମର୍ଟମ୍ କପି ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
NHRC ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ, ଛାତ୍ରୀ ମୃତ୍ୟୁ ଘଟଣାରେ ପୀଡ଼ିତାଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ ହୋଇଛି । ଅଢେଇ ମାସ ଭିତରେ କିଟରେ ୨ ଜଣ ଛାତ୍ରୀ ମୃତ୍ୟୁ ଘଟଣାକୁ ଘୋର ଉଦ୍ବେଗଜନକ ବୋଲି ଦର୍ଶାଇଛନ୍ତି କମିଶନ୍ । ଏହା ପୂର୍ବରୁ ମଧ୍ୟ ପ୍ରଥମ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ କିଟ୍ ଆସି ଘଟଣାର ସରଜମିନ୍ ତଦନ୍ତ ସହ ଛାତ୍ରୀ ମୃତ୍ୟୁ ପାଇଁ କିଟ୍ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଥିଲେ ।
ଅନ୍ୟପଟେ ଆଜି ମୃତ ନେପାଳୀ ଛାତ୍ରୀଙ୍କ ହେବ ଶବ ବ୍ୟବଚ୍ଛେଦ । ଛାତ୍ରୀଙ୍କ ମୃତଦେହ ଏବେ ଭୁବନେଶ୍ବର ଏମ୍ସରେ ରହିଛି । ଗତକାଲି ତାଙ୍କର ପରିବାର ଲୋକେ ଭୁବନେଶ୍ବରରେ ପହଞ୍ଚିବା ପରେ ଏମ୍ସ ଯାଇ ଝିଅର ମୃତଦେହକୁ ଚିହ୍ନଟ କରିଥିଲେ । ଘଟଣା ଦିନ ଅପରାହ୍ନ ୩ ଟା ବେଳେ ଝିଅ ସହିତ ବାପା ମା କଥା ହୋଇଥିବା କହିଛନ୍ତି । ଝିଅର ସେମିତି କିଛି ସମସ୍ୟା ଥିବା ନେଇ ଝିଅ କହିନାହିଁ ବୋଲି ମୃତ ଛାତ୍ରୀଙ୍କ ମା କହିଛନ୍ତି । ତେବେ ସନ୍ଧ୍ୟା ୮ ଟା ବେଳେ ଝିଅର ମୃତ୍ୟୁ ଖବର ପାଇଥିଲେ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଜଣ ପଡି ନାହିଁ । ସେପଟେ ୟୁଜିସି ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଛି।
ସେହିପରି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରିଛି ମୂଳ ପ୍ରବାହ ଅଖିଳ ଭାରତ ନେପାଳୀ ଏକତା ସମାଜ କମିଟି । ଯାହା ଘଟୁଛି କିଛି ଭଲ ହେଉନାହିଁ । ଆଗକୁ କାହା ସହ ବି ଏପରି ନହେଉ ବୋଲି କମିଟି ସଦସ୍ୟ କହିଛନ୍ତି ।
ସୂଚନାନୁସାରେ,ମେ ମାସ ୧ ତାରିଖ ଗୁରୁବାର ରାତି ୮ ଟା ବେଳେ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଆତ୍ମହତ୍ୟା କରିଥିଲେ ଜଣେ ବି.ଟେକ ପ୍ରଥମବର୍ଷର ଛାତ୍ରୀ । ମୃତ ଛାତ୍ରୀଙ୍କ ନାଁ ପ୍ରିଶା ଶାହା । ୪ନମ୍ୱର କ୍ୟାମ୍ପସରେ ରୁମ୍ ନମ୍ୱର ୧୧୧ରୁ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲା ଇନଫୋସିଟି ଥାନା ପୋଲିସ । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଜଣାପଡ଼ି ନାହିଁ । ସେହିପରି ଗତ ଫେବୃଆରୀ ୧୬ ତାରିଖରେ ରେ ମଧ୍ୟ ଜଣେ ନେପାଳୀ ଛାତ୍ରୀ ପ୍ରକୃତି ସମସାଲଙ୍କ ମୃତ୍ୟୁ ହୋଇଥିଲା । ଯାହାର ତଦନ୍ତ ଏପର୍ଯ୍ୟନ୍ତ ଜାରି ରହିଛି ।




