ଶୌଚାଳୟରୁ ନବଜାତ ଶିଶୁକନ୍ୟା ଉଦ୍ଧାର
ବଲାଙ୍ଗୀର : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା I ପରିତ୍ୟକ୍ତ ଅବସ୍ଥାରେ ଡାକ୍ତରଖାନା ଶୌଚାଳୟରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା I ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ। ପ୍ରସବ ପରେ ଜଣେ ମହିଳା ନବଜାତ ଶିଶୁକନ୍ୟାକୁ ହସ୍ପିଟାଲ ପରିସର ଶୌଚାଳୟରେ ଛାଡି ପଳାଇଯାଇଛି I ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଆଉ କେଉଁ ପରିସ୍ଥିତିରେ ଏଠାକୁ ଆସିଲା ତାହା ଜଣାପଡିନାହିଁ । ଆଜି […]
ବଲାଙ୍ଗୀର : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା I ପରିତ୍ୟକ୍ତ ଅବସ୍ଥାରେ ଡାକ୍ତରଖାନା ଶୌଚାଳୟରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା I ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ। ପ୍ରସବ ପରେ ଜଣେ ମହିଳା ନବଜାତ ଶିଶୁକନ୍ୟାକୁ ହସ୍ପିଟାଲ ପରିସର ଶୌଚାଳୟରେ ଛାଡି ପଳାଇଯାଇଛି I ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଆଉ କେଉଁ ପରିସ୍ଥିତିରେ ଏଠାକୁ ଆସିଲା ତାହା ଜଣାପଡିନାହିଁ ।
ଆଜି ସକାଳେ ଫିମେଲ ମେଡ଼ିସିନ ୱାର୍ଡର ଶୌଚାଳୟରେ ଏକ ନବଜନ୍ମିତ ଶିଶୁକନ୍ୟା ପଡ଼ିଥିବା ରୋଗୀମାନେ ଦେଖିଥିଲେ। ଦିନେ କିମ୍ବା ଦୁଇଦିନ ତଳେ ଶିଶୁଟି ଜନ୍ମ ହୋଇଥିବା ଅନୁମାନ କରାଯାଉଛି । ଏନେଇ ମେଡିକାଲ କର୍ମଚାରୀଙ୍କୁ ଖବର ଦେଇଥିଲେ। ମେଡିକାଲ କର୍ମଚାରୀ ପିଲାଟିକୁ ଉଦ୍ଧାର କରି ଡାକ୍ତରଙ୍କୁ ଦେଖାଇଥିଲେ। ପିଲାଟିର ଓଜନ କମ୍ ଥିବାରୁ ତାର ଅବସ୍ଥା ଗୁରୁତର ରହିଛି। ଏଥିପାଇଁ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି। ଶିଶୁଟି ଜନ୍ମ ହେବା ପରେ ତା’ର ମା’ ତାକୁ ଛାଡ଼ି ଚାଲିଯାଇଥିବା ଅନୁମାନ କରାଯାଇଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।




