ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଭଦ୍ରକ : ଆଜି ବି ଅଲୋଡ଼ା ହେଲା ଶିଶୁକନ୍ୟା । ପଲିଥିନରେ ବନ୍ଧା ଅବସ୍ଥାରେ ରାସ୍ତାକଡରୁ ଉଦ୍ଧାର ହେଲା ଶିଶୁ କନ୍ୟା । ଶିଶୁଟିର କାନ୍ଦିବା ଶୁଣି ରାସ୍ତାରେ ଯାଉଥିବା ଜଣେ ମହିଳା ଶିଶୁଟିକୁ ଉଦ୍ଧାର କରିଛନ୍ତି । ଘଟଣା ଘଟିଛି ଭଦ୍ରକ ଧାମରା ଥାନା ଅନ୍ତର୍ଗତ କରଞ୍ଜମାଳ ଅଞ୍ଚଳରେ । ସୂଚନାନୁସାରେ,ଗୁରୁବାର ସନ୍ଧ୍ୟାରେ ବାସୁଦେବପୁର-ଧାମରା ମୁଖ୍ୟ ରାସ୍ତାର କରଞ୍ଜମାଳ ଓ ମୁନିପଦା ପଦା ଛକର ମଝି ଅଞ୍ଚଳରେ ରାସ୍ତାପାଖ କଣ୍ଟା ବୁଦାରେ ଏହି ନବଜାତ ଶିଶୁକନ୍ୟାକୁ […]

Samaya Live Picture
Published On

ଭଦ୍ରକ : ଆଜି ବି ଅଲୋଡ଼ା ହେଲା ଶିଶୁକନ୍ୟା । ପଲିଥିନରେ ବନ୍ଧା ଅବସ୍ଥାରେ ରାସ୍ତାକଡରୁ ଉଦ୍ଧାର ହେଲା ଶିଶୁ କନ୍ୟା । ଶିଶୁଟିର କାନ୍ଦିବା ଶୁଣି ରାସ୍ତାରେ ଯାଉଥିବା ଜଣେ ମହିଳା ଶିଶୁଟିକୁ ଉଦ୍ଧାର କରିଛନ୍ତି । ଘଟଣା ଘଟିଛି ଭଦ୍ରକ ଧାମରା ଥାନା ଅନ୍ତର୍ଗତ କରଞ୍ଜମାଳ ଅଞ୍ଚଳରେ ।

ସୂଚନାନୁସାରେ,ଗୁରୁବାର ସନ୍ଧ୍ୟାରେ ବାସୁଦେବପୁର-ଧାମରା ମୁଖ୍ୟ ରାସ୍ତାର କରଞ୍ଜମାଳ ଓ ମୁନିପଦା ପଦା ଛକର ମଝି ଅଞ୍ଚଳରେ ରାସ୍ତାପାଖ କଣ୍ଟା ବୁଦାରେ ଏହି ନବଜାତ ଶିଶୁକନ୍ୟାକୁ କେହି ଫିଙ୍ଗି ଦେଇଥିଲେ । ସେହି ବାଟ ଦେଇ ଯାଉଥିବା ଜଣେ ମହିଳା ସୁମିତ୍ରା ମାଝୀ ଶିଶୁଟିକୁ ଉଦ୍ଧାର କରିଛନ୍ତି । ପରେ ସ୍ଥାନୀୟ ଯୁବକ ନବଜାତ ଶିଶୁଟିକୁ ନେଇ ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶିଶୁଟିର ସ୍ଵାସ୍ଥ୍ୟାବସ୍ଥା ଠିକ ନ ଥିବାରୁ ଡ଼ାକ୍ତର ମାନେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନସ୍ତରିତ କରିଥିଲେ। ଏପର୍ଯ୍ୟନ୍ତ ଶିଶୁକନ୍ୟା କାହାର କିଛି ସୂଚନା ମିଳିନାହିଁ।

Tags: