ଆଜିଠାରୁ ନୂଆ ‘ସୁଭଦ୍ରା’ ଆବେଦନ

ଭୁବନେଶ୍ୱର : ଆଜିଠାରୁ ଆବେଦନ କରିପାରିବେ ନୂଆ ସୁଭଦ୍ରା ହିତାଧିକାରୀ । ୨୦୨୫ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୨୧ବର୍ଷ ହୋଇଥିବା ଯୁବତୀ ମାନେ ଏଥର ଆବେଦନ କରିପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇ କହିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ନୂତନ ପଞ୍ଜିକରଣ ପାଇଁ ପୋର୍ଟାଲ୍‌ ଖୋଲିବା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନୂତନ ପଞ୍ଜିକରଣ ପାଇଁ ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରି ହେବ […]

ଆଜିଠାରୁ ନୂଆ ‘ସୁଭଦ୍ରା’ ଆବେଦନ
Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ଆବେଦନ କରିପାରିବେ ନୂଆ ସୁଭଦ୍ରା ହିତାଧିକାରୀ । ୨୦୨୫ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୨୧ବର୍ଷ ହୋଇଥିବା ଯୁବତୀ ମାନେ ଏଥର ଆବେଦନ କରିପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇ କହିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ନୂତନ ପଞ୍ଜିକରଣ ପାଇଁ ପୋର୍ଟାଲ୍‌ ଖୋଲିବା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନୂତନ ପଞ୍ଜିକରଣ ପାଇଁ ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରି ହେବ । ଆଦର୍ଶ ଆଚରଣ ବିଧି ପାଳନ ଦୃଷ୍ଟିରୁ ନୂଆପଡ଼ା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ପୋର୍ଟାଲ୍‌ ଖୋଲାଯିବ । ଏଥର ନୂଆ ହିତାଧିକାରୀମାନେ ଏକା ଥରକେ ୨ ଟି କିସ୍ତି ପାଇବେ । ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ ସୁଭଦ୍ରାର ତୃତୀୟ ଓ ଚତୁର୍ଥ କିସ୍ତି ଏକା ଥରକେ ନୂତନ ହିତାଧିକାରୀଙ୍କୁ ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ନୂଆପଡାରେ ଉପନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବାରୁ ସୁଭଦ୍ରା ପୋର୍ଟାଲ ସେଠାରେ ଖୋଲିବ ନାହିଁ ।

Tags: