ପାର୍ଟ ପ୍ଲଟ ପଞ୍ଜିକରଣ ପାଇଁ ନୂଆ ଏସଓପି ଜାରି
ଭୁବନେଶ୍ୱର : ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ SOP ଜାରି କଲେ ରାଜ୍ୟ ସରକାର। ସାରା ରାଜ୍ୟରେ ପାର୍ଟ ପ୍ଲଟ୍ ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ନୂଆ SOP ଜାରି କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଏହା ପୂର୍ବ ନିୟମଗୁଡ଼ିକୁ ବାତିଲ କରି ଏକରୂପତା ଓ ଜନସାଧାରଣଙ୍କ ସୁବିଧା ପାଇଁ କାମ କରିବ। ରାଜସ୍ୱ ମନ୍ତ୍ରୀ ସୁରେଶ କୁମାର ପୂଜାରୀଙ୍କ ନିର୍ଦ୍ଦେଶରେ ଏହି SOP ଜାରି ହୋଇଛି। ଗ୍ରାମାଞ୍ଚଳ ଜଳାଶୟ କିସମ […]
ଭୁବନେଶ୍ୱର : ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ SOP ଜାରି କଲେ ରାଜ୍ୟ ସରକାର। ସାରା ରାଜ୍ୟରେ ପାର୍ଟ ପ୍ଲଟ୍ ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ନୂଆ SOP ଜାରି କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଏହା ପୂର୍ବ ନିୟମଗୁଡ଼ିକୁ ବାତିଲ କରି ଏକରୂପତା ଓ ଜନସାଧାରଣଙ୍କ ସୁବିଧା ପାଇଁ କାମ କରିବ। ରାଜସ୍ୱ ମନ୍ତ୍ରୀ ସୁରେଶ କୁମାର ପୂଜାରୀଙ୍କ ନିର୍ଦ୍ଦେଶରେ ଏହି SOP ଜାରି ହୋଇଛି।
ଗ୍ରାମାଞ୍ଚଳ ଜଳାଶୟ କିସମ ପ୍ଲଟ ବ୍ୟତୀତ ଅଂଶ ପ୍ଲଟ ପଞ୍ଜୀକରଣରେ କୌଣସି ସର୍ତ୍ତ ନାହିଁ। ଜଳାଶୟ ପ୍ଲଟ ପୂରା ହସ୍ତାନ୍ତର ହେବ ଓ ୫୦୦ ବର୍ଗମିଟରରୁ ଅଧିକ ବିଭାଜନ ହେବ ନାହିଁ।।
ସେହିପରି କୃଷି ପ୍ଲଟ୍ ପଞ୍ଜୀକରଣ ପାଇଁ ନେବାକୁ ପଡ଼ିବ ଅନୁମତି ଦିଆଯାଇଛି। ପଞ୍ଜିକରଣ ଅଧିକାରୀମାନେ ମାନଚିତ୍ର, ସୀମା ଏବଂ ଘୋଷଣା ଯାଞ୍ଚ କରିବା, ଛାଡ଼ ସହିତ ଅନୁପାଳନ ସୁନିଶ୍ଚିତ କରିବା ଏବଂ ରେକର୍ଡରେ ସ୍ବଘୋଷଣା ସଂରକ୍ଷଣ କରିବା ଆବଶ୍ୟକ।
ସହରାଞ୍ଚଳ ପାଇଁ ଓଡ଼ିଶା ବିକାଶ ପ୍ରାଧିକରଣ ଓ ସହର ଯୋଜନା ଆଇନ ଅନୁଯାୟୀ ବିଭାଜନ, କିନ୍ତୁ ପରିବାର ବିଭାଜନ, ୫୦୦ ବର୍ଗମିଟରରୁ କମ ଓ ସହ-ମାଲିକଙ୍କ ବିଭାଜନରେ ଛାଡ଼ ରହିଛି।
ପୂର୍ବ ଛୋଟ ପ୍ଲଟ ପାଇଁ ୨୦୨୫ ଓଡ଼ିଶା ବିକାଶ ନିୟମ ପୂର୍ବରୁ ୫୦୦ ବର୍ଗମିଟରରୁ କମ ପ୍ଲଟ ବିଭାଜନ ଅନୁମୋଦିତ। ପଞ୍ଜୀକରଣ ଅଧିକାରୀମାନେ ମାନଚିତ୍ର, ସୀମା ଓ ଘୋଷଣା ଯାଞ୍ଚ କରି ନିୟମ ପାଳନ କରିବେ। ଏହି SOP ତୁରନ୍ତ ଲାଗୁ ହୋଇଛି।




