ଜିଏସଟି ହ୍ରାସ ପରେ ସାମଗ୍ରୀ ଉପରେ ନୂଆ ଦର ବାଧ୍ୟତାମୂଳକ – ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦୀପାବଳି ଉପହାର । ଚଳିତ ୨୨ ତାରିଖରୁ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଜିଏସଟି ହ୍ରାସ ପାଇବ । ଏହାକୁ ନେଇ ସାମଗ୍ରୀ ଉପରେ ଲାଗିବ ସଂଶୋଧିତ ନୂଆ ଦର ପାଇଁ ଷ୍ଟିକର । ଏ ନେଇ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ । ପୂର୍ବରୁ ଅଧିକ ଜିଏସଟି ପଇଠ କରି ସାମଗ୍ରୀ କିଣିଥିବା ବ୍ୟବସାୟୀ ଇନପୁଟ ଟ୍ୟାକ୍ସ କ୍ରେଡିଟ ବାବଦରେ ଅତିରିକ୍ତ ଅର୍ଥ ଫେରିପାଇବେ । କିନ୍ତୁ ଯେଉଁ […]

ଜିଏସଟି ହ୍ରାସ ପରେ ସାମଗ୍ରୀ ଉପରେ ନୂଆ ଦର ବାଧ୍ୟତାମୂଳକ – ଯୋଗାଣ ମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦୀପାବଳି ଉପହାର । ଚଳିତ ୨୨ ତାରିଖରୁ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଜିଏସଟି ହ୍ରାସ ପାଇବ । ଏହାକୁ ନେଇ ସାମଗ୍ରୀ ଉପରେ ଲାଗିବ ସଂଶୋଧିତ ନୂଆ ଦର ପାଇଁ ଷ୍ଟିକର । ଏ ନେଇ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ । ପୂର୍ବରୁ ଅଧିକ ଜିଏସଟି ପଇଠ କରି ସାମଗ୍ରୀ କିଣିଥିବା ବ୍ୟବସାୟୀ ଇନପୁଟ ଟ୍ୟାକ୍ସ କ୍ରେଡିଟ ବାବଦରେ ଅତିରିକ୍ତ ଅର୍ଥ ଫେରିପାଇବେ । କିନ୍ତୁ ଯେଉଁ ବ୍ୟବସାୟୀଙ୍କର ଜିଏସଟି ନମ୍ବର ନାହିଁ ସେମାନେ କୌଣସି ଟିକସ ଅର୍ଥ ଫେରସ୍ତ ପାଇବେ ନାହିଁ ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସୂଚିତ କରିଛି । ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ଏହି ନିର୍ଦ୍ଦେଶ ଜାରି ହୋଇଛି। ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଜିଏସଟି ଏବେ ସବୁ ଥିରୁ କମିଲା। ଅନେକ ଜାଗାରେ ପୁରା ନୀଲ୍ କରିଦିଆ ଯାଇଛି। ସାଧାରଣ ଜନତାଙ୍କ ଗରିବ ଲୋକଙ୍କ ସ୍ୱାର୍ଥ ଓ ସୁବିଧାକୁ ନଜରରେ ରଖି ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି।

ପତ୍ରରେ ଉଲ୍ଲେଖ ରହିଛି ଯେ ଜିଏସଟି ସଂଶାଧନ ହେବା ପୂର୍ବରୁ ଗଛିତ ଥିବା ସାମଗ୍ରୀ ଉପରେ ନୂଆ ଦର ଅର୍ଥାତ ଏମ୍ଆରପି ଉଲ୍ଲେଖ ରହିବା ଜରୁରୀ। ହ୍ରାସ ପାଇଥିବା ଜିଏସଟି ଅନୁସାରେ ନୂଆ ଏମ୍ଆରପି ଲାଗୁ ହେବା ଆବଶ୍ୟକ। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଷ୍ଟକ୍ ଶେଷ ହେବା ଯାଏ ଉକ୍ତ ନିର୍ଦ୍ଦେଶନାମା ଲାଗୁ ହେବ। ପୁରୁଣା ମୂଲ୍ୟକୁ ନ ଲିଭାଇ ତାହା ନିକଟରେ ନୂଆ ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ରହିଛି।

ସୂଚନାନୁସାରେ,ଅତ୍ୟାବଶକୀୟ ସାମଗ୍ରୀରେ ଜିଏସଟି ୧୮ ଓ ୧୨ ପ୍ରତିଶତରୁ ଖସି ୫ ପ୍ରତିଶତକୁ ହ୍ରାସ କରାଯାଇଛି । ପୁରୁଣା ଏମଆରପି ସହିତ ପ୍ୟାକେଟରେ ନୂଆ ଦର ଷ୍ଟିକରିଂ ହେବ । ଗ୍ରାହକ ପୁରୁଣା ଓ ନୂଆ ଜିଏସଟି ଦରର ଫରକ ଜାଣି ପାରିବେ । ଜିଏସଟି ସ୍ଲାବରେ ପରିବର୍ତ୍ତନ ପରେ ପୂର୍ବରୁ କ୍ରୟ କିମ୍ବା ପ୍ୟାକିଂ ହୋଇସାରିଥିବା ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି ।

ବ୍ୟବସାୟୀ ଯାହା ପୁରୁଣା ଦରରେ କିଣିଥିବେ, ତାକୁ ନୂଆ ଦରରେ ବିକ୍ରି କଲେ କେନ୍ଦ୍ର ସରକାର ଇନପୁଟ କ୍ରେଡିଟ ଦେବେ । ହେଲେ ଏଥିରେ କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ ହେବେ । କାରଣ ଅଧିକାଂଶ କ୍ଷୁଦ୍ର ବ୍ୟବସାୟୀଙ୍କ ଜିଏସଟି ନମ୍ବର ନାହିଁ । ଯେଉଁଥିପାଇଁ ସେମାନେ କ୍ଷତିପୂରଣରୁ ବଞ୍ଚିତ ହେବେ । ପ୍ରଥମ କିଛି ଦିନ ସେମାନେ ବାଧ୍ୟ ହୋଇ ପୁରୁଣା ଦରରେ ବିକିବେ । ତା’ ପରେ ସ୍ଥିତି ସ୍ବାଭାବିକ ହେବାର ସମ୍ଭାବନା ରହିଛି ।

Tags: