ନୂଆ ବର୍ଷରୁ ନୂଆ ପିସିସି ସଭାପତି

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସର ଖାଲିପଡିଥିବା ସଭାପତି ପଦ ଶୀଘ୍ର ପୂରଣ ହେବ । ନୂଆବର୍ଷରେ ପ୍ରଦେଶ କଂଗ୍ରେସ କମିଟି ପାଇବ ନୂଆ ସଭାପତି । ଏମିତି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । କିଛି ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ପିସିସି ସଭାପତି ନିଯୁକ୍ତି । ସୋମବାର ଦିନ ସପ୍ତଗିରି ଉଲ୍ଲାକା କହିଛନ୍ତି କି, ନୂଆବର୍ଷରେ ପିସିସି ତାର ନୂଆ ସଭାପତି ପାଇବ । ୨୦୨୫ ପ୍ରଥମ ସପ୍ତାହରେ ନିମ […]

Samaya Live Picture
Published On

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସର ଖାଲିପଡିଥିବା ସଭାପତି ପଦ ଶୀଘ୍ର ପୂରଣ ହେବ । ନୂଆବର୍ଷରେ ପ୍ରଦେଶ କଂଗ୍ରେସ କମିଟି ପାଇବ ନୂଆ ସଭାପତି । ଏମିତି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ।

କିଛି ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ପିସିସି ସଭାପତି ନିଯୁକ୍ତି । ସୋମବାର ଦିନ ସପ୍ତଗିରି ଉଲ୍ଲାକା କହିଛନ୍ତି କି, ନୂଆବର୍ଷରେ ପିସିସି ତାର ନୂଆ ସଭାପତି ପାଇବ । ୨୦୨୫ ପ୍ରଥମ ସପ୍ତାହରେ ନିମ ଘୋଷଣା କରିବ କେନ୍ଦ୍ରୀୟ ନେତୃତ୍ୱ ବୋଲି କହିଛନ୍ତି ସପ୍ତଗିରି ଉଲ୍ଲାକା । ଏଥିସହ ସେ କହିଛନ୍ତି କି, ସଭାପତି ନିଯୁକ୍ତି ଆଗରୁ ରାଜ୍ୟ ନେତା ଦିଲ୍ଲୀ ଯିବେ । ସେଠାରେ ନେତାଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ସଭାପତି ଚୟନକୁ ନେଇ ଆଲୋଚନା କରିବେ । ତେବେ ପ୍ରଥମ ସପ୍ତାହ ଭିତରେ ଏହି କାମ ସରିବ ତଥା ନୂଆ ସଭାପତି ପ୍ରଥମ ସପ୍ତାହରେ ହିଁ ମିଳିଯିବେ ବୋଲି ଆଶାବାଦୀ ଅଛନ୍ତି ଉଲ୍ଲାକା ।

ଅନ୍ୟପଟେ,ଆସନ୍ତାକାଲି ଦେଶସାରା ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ଜିଲ୍ଲା ସ୍ତରରେ ବିକ୍ଷୋଭ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ କଂଗ୍ରେସ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ । ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲା କଂଗ୍ରେସ ।

କଂଗ୍ରେସ କହିଛି, ବିଜେପି ସମ୍ବିଧାନ ବିରୋଧୀ । ଆମ୍ବେଦକରଙ୍କୁ ଅସମ୍ମାନ ଗ୍ରହଣୀୟ ନୁହେଁ । ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ଗୃହ ମନ୍ତ୍ରୀ ନିଜ ବୟାନ ନେଇ କ୍ଷମା ମାଗିଲେନି । ଇସ୍ତଫା ଦେବାକୁ ରାଜି କିନ୍ତୁ ଭୁଲ ମାଗିବେନି କହି ଜିଦରେ ଅଟଳ । ତେଣୁ ଆମ୍ବେଦକରଙ୍କୁ ଅପମାନ ବିରୁଦ୍ଧରେ ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ ।

Tags: