ରାସ୍ତାରେ ବଢୁଥିବା ଅପରାଧକୁ ରୋକିବା ପାଇଁ ଜାରି ହେଲା ନୂଆ ହେଲ୍ପ ଲାଇନ ନମ୍ବର
କଟକ : ରାସ୍ତାରେ ଘଟୁଥିବା ଅପରାଧ ରୋକିବାକୁ କଟକ କମିସନରେଟ୍ ପୁଲିସ ୨୪ ଘଣ୍ଟିଆ ସହାୟତା ନମ୍ବର୍ ଜାରି କରିଛି। ଏହି ମୋବାଇଲ୍ ନମ୍ବର୍ ହେଉଛି ୭୯୭୮୮୯୪୪୦୫। ଏହା ୧୧୨ ସହାୟତା ନମ୍ବର୍ ସହିତ ସମାନ୍ତରାଳ ଭାବେ କାର୍ଯ୍ୟ କରିବ। କୌଣସି ଅଭିଯୋଗ ସଂକ୍ରାନ୍ତରେ ପୁଲିସକୁ ଫୋନ୍ କି ହ୍ବାଟ୍ସଆପ୍ ମେସେଜ୍ କଲେ ମାତ୍ର ୧୫ ମିନିଟରେ ପୁଲିସ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରିବ। ସୂଚନାନୁସାରେ,ରବିବାର ଦିନ ଡିସିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ,ରାସ୍ତାଘାଟରେ […]
କଟକ : ରାସ୍ତାରେ ଘଟୁଥିବା ଅପରାଧ ରୋକିବାକୁ କଟକ କମିସନରେଟ୍ ପୁଲିସ ୨୪ ଘଣ୍ଟିଆ ସହାୟତା ନମ୍ବର୍ ଜାରି କରିଛି। ଏହି ମୋବାଇଲ୍ ନମ୍ବର୍ ହେଉଛି ୭୯୭୮୮୯୪୪୦୫। ଏହା ୧୧୨ ସହାୟତା ନମ୍ବର୍ ସହିତ ସମାନ୍ତରାଳ ଭାବେ କାର୍ଯ୍ୟ କରିବ। କୌଣସି ଅଭିଯୋଗ ସଂକ୍ରାନ୍ତରେ ପୁଲିସକୁ ଫୋନ୍ କି ହ୍ବାଟ୍ସଆପ୍ ମେସେଜ୍ କଲେ ମାତ୍ର ୧୫ ମିନିଟରେ ପୁଲିସ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରିବ।
ସୂଚନାନୁସାରେ,ରବିବାର ଦିନ ଡିସିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ,ରାସ୍ତାଘାଟରେ ବଢୁଥିବା ଅପରାଧ ଓ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କଟକ କମିସନରେଟ୍ ପୁଲିସ ଏକ ୭୯୭୮୮୯୪୪୦୫ ବିଶିଷ୍ଟ ସ୍ବତନ୍ତ୍ର ନମ୍ବର ଜାରି କରିଛି। ଅଭିଯୋଗର ତ୍ବରିତ ସମାଧାନ କରିବା ପାଇଁ ଡିସିପିଙ୍କ ଆଧୁନିକ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ଏହି ନମ୍ବର ପରିଚାଳିତ ହେବାକୁ ଯାଉଥିବା ସୂଚନା ମିଳିଛି। ଅଭିଯୋଗ ପାଇବାର ୧୫ ମିନିଟ ଭିତରେ ପୋଲିସ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିବ I ରାସ୍ତାରେ ଲୁଟେରା ଛିନତାଇ କଲେ, ସର୍ବସାଧାରଣରେ ବେଆଇନ ମଦ କାରବାର ସମ୍ପର୍କରେ ଏହି ନମ୍ବର ମାଧ୍ୟମରେ ସାଧାରଣ ଲୋକେ କିମ୍ବା ଅଭିଯୋଗକାରୀ ପୁଲିସକୁ ସୂଚନା ଦେଇପାରିବେ। କଟକ ସହର ବାସିନ୍ଦା ଏହି ନମ୍ବର୍ରେ ଫୋନ୍ କରିବା ସହିତ ହ୍ବାଟ୍ସଆପ୍ରେ ମେସେଜ୍ ପଠାଇପାରିବେ।




