ସ୍କୁଲ ବସ ପାଇଁ ଆସିଲା ନୂଆ ଗାଇଡଲାଇନ

ଭୁବନେଶ୍ୱର : ଆସିଲା ସ୍କୁଲ୍ ବସ୍ ପାଇଁ ନୂଆ ଗାଇଡଲାଇନ୍ । ରାଜ୍ୟ ସଡକ ଓ ପରିବହନ ବିଭାଗ ଏହି ନୂଆ ଗାଇଡଲାଇନ ଜାରି କରିଛନ୍ତି I ସ୍କୁଲ୍ ବସ୍ ଏବଂ ଭ୍ୟାନର ଆଗରେ ଏବଂ ପଛରେ ସ୍କୁଲ ବସ ବୋଲି ଲେଖାଯିବ । ଗାଡ଼ି ଭଡାରେ ଆସିଥିଲେ ଅନ୍ ସ୍କୁଲ ଡ୍ୟୁଟି ଲେଖିବାକୁ ବାଧ୍ୟ । ଗାଡି ଭିତରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିବା ସହିତ ଗାଡିରେ ଫାଷ୍ଟ ଏଡ୍ ବକ୍ସ ରଖିବା ବାଧ୍ୟତାମୂଳକ । […]

Samaya Live Picture
Published On

ଭୁବନେଶ୍ୱର : ଆସିଲା ସ୍କୁଲ୍ ବସ୍ ପାଇଁ ନୂଆ ଗାଇଡଲାଇନ୍ । ରାଜ୍ୟ ସଡକ ଓ ପରିବହନ ବିଭାଗ ଏହି ନୂଆ ଗାଇଡଲାଇନ ଜାରି କରିଛନ୍ତି I ସ୍କୁଲ୍ ବସ୍ ଏବଂ ଭ୍ୟାନର ଆଗରେ ଏବଂ ପଛରେ ସ୍କୁଲ ବସ ବୋଲି ଲେଖାଯିବ । ଗାଡ଼ି ଭଡାରେ ଆସିଥିଲେ ଅନ୍ ସ୍କୁଲ ଡ୍ୟୁଟି ଲେଖିବାକୁ ବାଧ୍ୟ । ଗାଡି ଭିତରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିବା ସହିତ ଗାଡିରେ ଫାଷ୍ଟ ଏଡ୍ ବକ୍ସ ରଖିବା ବାଧ୍ୟତାମୂଳକ । ସେହିପରି ଝରକାରେ ଭୂସମାନ୍ତର ଗ୍ରୀଲ୍ ଲାଗିଥିବା ଜରୁରୀ । ଗାଡି ଡ୍ରାଇଭର ସ୍ପିଡ୍ ୫୦ କିମି ଭିତରେ ରଖିବାକୁ ନିର୍ଦ୍ଦେଶ । ବସରେ ସ୍କୁଲ୍‌ର ନାଁ ଏବଂ ଟେଲିଫୋନ୍ ନମ୍ବର ନଶ୍ଚିତ ଭାବେ ଲେଖା ରହିବ । ସ୍କୁଲ୍‌ ବସର ଡୋର୍‌ରେ ସୁବିଧାରେ ଖୋଲୁଥିବା ଲକ ଲାଗିଥିବ । ଡ୍ରାଇଭରଙ୍କ ଲାଇସେନ୍ସ୍ ଥିବ, ଅତି କମରେ ୫ ବର୍ଷର ଅଭିଜ୍ଞତା ରହିବା ଜରୁରୀ । ପ୍ରତି ବସରେ ଅତି କମ୍‌ରେ ଜଣେ କଣ୍ଡକ୍ଟର ରହିବେ । ବ୍ୟାଗ୍ ରଖିବା ପାଇଁ ସିଟ୍ ମଝିରେ ସ୍ପେଶ୍ ରହିବା ଦରକାର । ସବୁ ଗାଡିର ବାର୍ଷିକ ଫିଟନେସ୍ ସାର୍ଟିଫିକେଟ୍ ରହିବା ଦରକାର । ଡ୍ରାଇଭର ଓ କଣ୍ଡକ୍ଟର ୟୁନିଫର୍ମ ପରିଧାନ କରିବା ଜରୁରୀ ।

Tags: