୧୦ତାରିଖରେ ରାଜ୍ୟରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ,ସୁରକ୍ଷା ବ୍ୟବସ୍ଥା କଡାକଡି
ଭୂବନେଶ୍ୱର : ବହୁମତ ପରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି (ବିଜେପି) I ଏଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଜାରି ରହିଛି ସସପେନ୍ସ । ତେବେ ଦିନେ ଦୁଇ ଦିନ ମଧ୍ୟରେ ଏହା ସ୍ପଷ୍ଟ ହେବ ବୋଲି ସୂଚନା ମିଳୁଛି I ସେପଟେ ଜୁନ୍ ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଜନତା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ ଗ୍ରହଣ […]
ଭୂବନେଶ୍ୱର : ବହୁମତ ପରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି (ବିଜେପି) I ଏଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଜାରି ରହିଛି ସସପେନ୍ସ । ତେବେ ଦିନେ ଦୁଇ ଦିନ ମଧ୍ୟରେ ଏହା ସ୍ପଷ୍ଟ ହେବ ବୋଲି ସୂଚନା ମିଳୁଛି I ସେପଟେ ଜୁନ୍ ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଜନତା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ ଗ୍ରହଣ ଉତ୍ସବରେ ୩୦ ହଜାର ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ପ୍ରଥମଥର ପାଇଁ ଓଡ଼ିଶାରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଶପଥ ସମାରୋହରେ ସାମିଲ ହେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ୫ ଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ସମାରୋହରେ ସାମିଲ ହେବେ ପ୍ରାୟ ଲକ୍ଷାଧିକ ଲୋକେ । ଏହାକୁ ଦୃଷ୍ଟିରେ ରଖି ପୁଲିସ ଡିଜି ଅରୁଣ ଷଢଙ୍ଗୀ, ପୁଲିସ କମିଶନର ସଂଜୀବ ପଣ୍ଡା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଜନତା ମଇଦାନରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।




