ତିଆରି ହେବ ନୂଆ ଭୁବନେଶ୍ଵର,ତ୍ୱରାନ୍ୱିତ ହେବ ମେଟ୍ରୋ ପ୍ରଳକ୍ପ
ଭୁବନେଶ୍ଵର: ନବକଳେବର ପାଇବ ରାଜଧାନୀ ଭୁବନେଶ୍ଵରର । ତିଆରି ହେବ ନୂଆ ଭୁବନେଶ୍ଵର । ସହର ବଢ଼ିବା ସହ ବଢ଼ିବ ସୁବିଧା ସୁଯୋଗ । ଏଥିପାଇଁ ନୂଆ ମଡେଲ ତିଆରି କରାଯିବ । କେବଳ ଭୁବନେଶ୍ଵର ନୁହେଁ ରାଜ୍ୟରେ ଥିବା ସମସ୍ତ ମହାନଗର ନିଗମର ସମ୍ପ୍ରସାରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରା । ନିକଟରେ ସିଙ୍ଗାପୁର ରାଷ୍ଟ୍ରପତି ଆସିଥିବା ବେଳେ ଓଡ଼ିଶା ସରକାରଙ୍କ ସହ ଏମ୍ଓୟୁ ହୋଇଛି । […]
ଭୁବନେଶ୍ଵର: ନବକଳେବର ପାଇବ ରାଜଧାନୀ ଭୁବନେଶ୍ଵରର । ତିଆରି ହେବ ନୂଆ ଭୁବନେଶ୍ଵର । ସହର ବଢ଼ିବା ସହ ବଢ଼ିବ ସୁବିଧା ସୁଯୋଗ । ଏଥିପାଇଁ ନୂଆ ମଡେଲ ତିଆରି କରାଯିବ । କେବଳ ଭୁବନେଶ୍ଵର ନୁହେଁ ରାଜ୍ୟରେ ଥିବା ସମସ୍ତ ମହାନଗର ନିଗମର ସମ୍ପ୍ରସାରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରା ।
ନିକଟରେ ସିଙ୍ଗାପୁର ରାଷ୍ଟ୍ରପତି ଆସିଥିବା ବେଳେ ଓଡ଼ିଶା ସରକାରଙ୍କ ସହ ଏମ୍ଓୟୁ ହୋଇଛି । ଭୁବନେଶ୍ଵର ସହ ରାଜ୍ୟର ଅନ୍ୟ ମହାନଗର ନିଗମର ସମ୍ପ୍ରସାରଣ କରାଯିବ । ଏହାଦ୍ଵାରା ଟ୍ରାଫିକ୍ ସମସ୍ୟା ହ୍ରାସ ହେବା ସହ ଘର ଦର ମଧ୍ୟ କମିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
ସହରର ଆକାର ବଢ଼ିଲେ ଲୋକଙ୍କୁ ଅଧିକରୁ ଅଧିକ ସୁବିଧା ସୁଯୋଗ ମିଳିବ । ଲୋକଙ୍କ ବଞ୍ଚିବାର ଶୈଳୀ ମଧ୍ୟ ବଦଳିବ ବୋଲି କହିଛନ୍ତି ମନ୍ତ୍ରୀ । ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ମିଳିବା ସହ ସହର ବଢ଼ିଲେ ଲୋକ ସବୁ ଜିନିଷ କମ ଦାମରେ ପାଇବେ । ଏ ସୁବିଧା ମୋହନ ମାଝୀ ସରକାର କରିବାକୁ ଯାଉଥିବା ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।
ଏଥିସହ ମେଟ୍ରୋ କାମ ଉପରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ, ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ଵିତ ହେବ । ମେଟ୍ରୋ ଟ୍ରେନ୍ କାମ ଆଗେଇ ଚାଲିବ ।




