ଆଜି ଠାରୁ ନୂଆ ଶିକ୍ଷାବର୍ଷ ଆରମ୍ଭ

ଭୁବନେଶ୍ୱର : ୨୦୨୩-୨୪ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ନୂଆ ଶିକ୍ଷାବର୍ଷ I ପୂର୍ବରୁ କୋଭିଡ ସଂକ୍ରମଣ ପାଇଁ ବିଗତ ଦୁଇ ବର୍ଷା ଧରି ପିଲାଙ୍କର ପାଠପଢ଼ାରେ ବ୍ୟାଘାତ ହୋଇଥିଲା I ଏହାକୁ ଭରଣା କରିବା ପାଇଁ ଏବେଠାରୁ ଅଣ୍ଟା ଭିଡିଲାଣି ରାଜ୍ୟ ଶିକ୍ଷା ବିଭାଗ I ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସକରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଚାଲିବ ପାଠପଢା ଆରମ୍ଭ […]

Samaya Live Picture
Published On

ଭୁବନେଶ୍ୱର : ୨୦୨୩-୨୪ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ନୂଆ ଶିକ୍ଷାବର୍ଷ I ପୂର୍ବରୁ କୋଭିଡ ସଂକ୍ରମଣ ପାଇଁ ବିଗତ ଦୁଇ ବର୍ଷା ଧରି ପିଲାଙ୍କର ପାଠପଢ଼ାରେ ବ୍ୟାଘାତ ହୋଇଥିଲା I ଏହାକୁ ଭରଣା କରିବା ପାଇଁ ଏବେଠାରୁ ଅଣ୍ଟା ଭିଡିଲାଣି ରାଜ୍ୟ ଶିକ୍ଷା ବିଭାଗ I ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସକରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଚାଲିବ ପାଠପଢା ଆରମ୍ଭ ହେବ । ଏଥିସହ ଆଜିଠାରୁ ୮ ତାରିଖ ଯାଏ ଚାଲିବ ପ୍ରଥମ ଶ୍ରେଣୀର ନାମଲେଖା । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ସପ୍ତାହକୁ କେତୋଟି କ୍ଲାସ ହେବ, କେଉଁ ଦିନ କେଉଁ କ୍ଲାସ ରହିବ ସେ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତି ସପ୍ତାହରେ ଖେଳ ପିରିୟଡ୍‌, ଲାଇବ୍ରେରି ପିରିୟଡ୍‌, ପ୍ରାକ୍ଟିକାଲ ପିରିୟଡ୍‌ ଆଦି ରହିବ। ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲ କର୍ତ୍ତୃପକ୍ଷ କ୍ୟାମ୍ପସରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ, ଓଆରଏସ୍‌ ପ୍ୟାକେଟ୍‌ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି ୧୧ ତାରିଖ ପୂର୍ବରୁ କୌଣସି ଜିଲ୍ଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ନଜରକୁ ଆସେ ତେବେ ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବା ସହ ଆଗୁଆ ସକାଳୁଆ ସ୍କୁଲ କରିପାରିବେ। ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନ ଓ ଘରୋଇ ବିଦ୍ୟାଳୟ ଲାଗି ଏହା ଲାଗୁ ହେବ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି।

Tags: