ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ଆଜି ଜନ୍ମଦିନ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ ହେବ

ସମ୍ବନ୍ଧିତ ଖବର ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

 

ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏକ ଅଭୁଲା ନାମ । ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଓଡ଼ିଶାର କଟକ ସହରରେ ସେ ଜନ୍ମଗ୍ରହଣ କରିଥିଲେ । ପିତା ଜାନକୀନାଥ ବୋଷ ଏବଂ ମାତା ପ୍ରଭାବତୀ ଦେବୀଙ୍କର ସେ ଥିଲେ ଜଣେ ମେଧାବୀ ସନ୍ତାନ । କଟକର ରେଭେନ୍ସା କଲିଜିଏଟ୍ ସ୍କୁଲରୁ ଶିକ୍ଷା ଆରମ୍ଭ କରି ସେ ପରବର୍ତ୍ତୀ ସମୟରେ ଆଇ.ସି.ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଦେଶମାତୃକାର ସେବା ପାଇଁ ବ୍ରିଟିଶ ସରକାରଙ୍କ ଅଧୀନରେ ଚାକିରି କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ । ସୁଭାଷ ଚନ୍ଦ୍ର ବୋଷଙ୍କ ମତରେ "ଅହିଂସା" ଅପେକ୍ଷା "ଶକ୍ତି" ମାଧ୍ୟମରେ ସ୍ୱାଧୀନତା ହାସଲ କରିବା ଅଧିକ ପ୍ରଭାବଶାଳୀ ଥିଲା । ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ, କିନ୍ତୁ ବିଚାରଧାରାର ମତଭେଦ ଯୋଗୁଁ ସେ ପରେ କଂଗ୍ରେସ ଛାଡି 'ଫରୱାର୍ଡ ବ୍ଲକ' ଗଠନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଗୁପ୍ତଭାବେ ଭାରତ ଛାଡି ଜର୍ମାନୀ ଓ ଜାପାନ ଯାଇଥିଲେ ଏବଂ ସେଠାରେ 'ଆଜାଦ୍ ହିନ୍ଦ୍ ଫୌଜ'ର ନେତୃତ୍ୱ ନେଇଥିଲେ । ତାଙ୍କର ପ୍ରସିଦ୍ଧ ନାରା "ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି" ଭାରତୀୟ ଯୁବପିଢ଼ିଙ୍କ ମଧ୍ୟରେ ଅପୂର୍ବ ଦେଶପ୍ରେମ ଜାଗ୍ରତ କରିଥିଲା । ସେ ସର୍ବଦା ଯୁବପିଢିଙ୍କର ପ୍ରେରା ହୋଇ ରହିଆସିଛନ୍ତି । ନେତାଜୀଙ୍କ ସାହସିକତା ଏବଂ ନିର୍ଭୀକ ନେତୃତ୍ୱ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆ ହଲାଇ ଦେଇଥିଲା । ଯଦିଓ ୧୯୪୫ ମସିହାରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଏ, ତଥାପି ତାଙ୍କର ବଳିଦାନ ଏବଂ ଆଦର୍ଶ ପ୍ରତିଟି ଭାରତୀୟଙ୍କ ହୃଦୟରେ ସଦା ସର୍ବଦା ଜୀବିତ । ଜଣେ ସଚ୍ଚା ଦେଶଭକ୍ତ ଭାବରେ ସେ ଚିରକାଳ ନମସ୍ୟ ହୋଇ ରହିବେ ।

ସମ୍ବନ୍ଧିତ ଖବର ନେତାଜୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

Tags: