କିଟ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ଶୀଘ୍ର ତଦନ୍ତ ସାରିବାକୁ ନେପାଳ NHRCର ଚିଠି
ଭୁବନେଶ୍ୱର : କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳି ଛାତ୍ରୀଙ୍କ ମୃତ୍ୟୁ ଘଟଣା । ଶୀଘ୍ର ତଦନ୍ତ ସାରିବାକୁ ଭାରତୀୟ ମାନବାଧିକାର କମିଶନ (NHRC)କୁ ଚିଠି ଲେଖି ଜଣାଇଛନ୍ତି ନେପାଳ ମାନବାଧିକାର କମିଶନ (NHRC) । ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛି ନେପାଳ ଏନଏଚଆରସି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଭୟମୁକ୍ତ ବାତାବରଣ ସୁନିଶ୍ଚିତ କରିବାକୁ କହିଛନ୍ତି ନେପାଳ ସରକାର । ନେପାଳ ଏନଏଚଆରସି ଚିଠି ଲେଖି ଶୀଘ୍ର ତଦନ୍ତ ସାରି […]
ଭୁବନେଶ୍ୱର : କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳି ଛାତ୍ରୀଙ୍କ ମୃତ୍ୟୁ ଘଟଣା । ଶୀଘ୍ର ତଦନ୍ତ ସାରିବାକୁ ଭାରତୀୟ ମାନବାଧିକାର କମିଶନ (NHRC)କୁ ଚିଠି ଲେଖି ଜଣାଇଛନ୍ତି ନେପାଳ ମାନବାଧିକାର କମିଶନ (NHRC) । ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛି ନେପାଳ ଏନଏଚଆରସି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଭୟମୁକ୍ତ ବାତାବରଣ ସୁନିଶ୍ଚିତ କରିବାକୁ କହିଛନ୍ତି ନେପାଳ ସରକାର ।
ନେପାଳ ଏନଏଚଆରସି ଚିଠି ଲେଖି ଶୀଘ୍ର ତଦନ୍ତ ସାରି ନ୍ୟାୟ ଦେବାକୁ ଦାବି କରିଛନ୍ତି । ଏହାସହ ଯେଉଁମାନେ ନେପାଳି ଛାତ୍ର-ଛାତ୍ରୀଙ୍କ ସହ ମାରପିଟ୍ କରିବା ସହ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ।
ଏହା ପୂର୍ବରୁ ନେପାଳ ଉଚ୍ଚାୟୋଗର ଅଧିକାରୀ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇ ନ୍ୟାୟ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ଗତକାଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ କହିଥିଲେ ଯେ, ଅନେକ ନେପାଳୀ ଛାତ୍ର-ଛାତ୍ର କିଟ ବିଶ୍ୱ ବିଦ୍ୟାଳୟକୁ ଫେରି ଆସିଲେଣି । ଯେଉଁମାନେ ଆସି ନାହାନ୍ତି ସେମାନଙ୍କ ସହ ଯୋଗାଯୋଗ କରୁଛୁ । ସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି । ଉଚ୍ଚସ୍ତରୀୟ କମିଟିର ରିପୋର୍ଟ ଆସିବା ପରେ ସେହି ହିସାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।
ତେବେ ଗତ ୧୯ ତାରିଖରେ ନେପାଳର ଶିକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଥିଲେ ଯେ ଭବିଷ୍ୟତରେ ଓଡ଼ିଶାର ଯେକୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ (ଏନ୍ଓସି) ପ୍ରଦାନ ସ୍ଥଗିତ ରଖିପାରେ। ନେପାଳ ସରକାର କିଟ୍ରେ ପଢ଼ୁଥିବା ନେପାଳୀ ଛାତ୍ରଙ୍କ ଅଭିଭାବକଙ୍କୁ ଧୈର୍ୟ୍ୟ ବଜାୟ ରଖିବାକୁ ମଧ୍ୟ ନିବେଦନ କରିଥିଲେ । ନେପାଳର ଶିକ୍ଷା ମନ୍ତ୍ରଣାଳୟ କହିଥିଲେ ଯେ, \’ଏହି ଘଟଣାରୁ ଉପୁଜିଥିବା ସମସ୍ୟାର ପ୍ରଭାବଶାଳୀ ସମାଧାନ ପାଇଁ ଏକ ସହାୟତା ଡେସ୍କ ସ୍ଥାପନ କରାଯାଇଛି।\’ କିଟ୍ରେ ନେପାଳୀ ଛାତ୍ରମାନଙ୍କର ପାଠପଢ଼ା ପୁନଃ ଆରମ୍ଭ କରିବା ଏବଂ ଏକ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ଆମର ବୈଦେଶିକ ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହିତ ନିରନ୍ତର କୂଟନୈତିକ ପ୍ରୟାସ କରୁଛି।
ସୂଚନାନୁଯାୟୀ,ବିଟେକ୍ ତୃତୀୟ ବର୍ଷର ସଂପୃକ୍ତ ଛାତ୍ରୀ ଜଣକ ନିଜର ପୁରୁଷ ବନ୍ଧୁଙ୍କ ନାଁରେ ପୂର୍ବରୁ ଚାରି ଚାରି ଥର ବିଶ୍ବବିଦ୍ୟାଳୟରେ ଥିବା ଇଣ୍ଟରନ୍ୟାସନାଲ୍ ରିଲେସନ୍ ଅଫିସରେ ଅଭିଯୋଗ କରିଥିଲେ। ଅପରପକ୍ଷେ ଛାତ୍ରୀ ଜଣକ ପ୍ରେମ ବ୍ୟାପାରରୁ ଆତ୍ମହତ୍ୟା କରିଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିବାବେଳେ ପୁଲିସ ସଂପୃକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।




