ନେମାଳ କଳ୍ପବଟ ହେଲା ପତ୍ର ଶୂନ୍ୟ ,ଶ୍ରଦ୍ଧାଳୁ ଙ୍କ ଆଶଙ୍କା

ସାଲେପୁର : ପତ୍ର ଶୂନ୍ୟ ହେଲା ସାଲେପୁରସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ମହା-କଳ୍ପବଟ । ଅଦିନରେ କଳ୍ପବଟ ପତ୍ରଝଡ଼ା ଦେଇଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି I ତେବେ କଳ୍ପବଟ ସହିତ ଆଖପାଖରେ ଥିବା ଅନ୍ୟ ବଟ ବୃକ୍ଷ ଗୁଡିକରେ ମଧ୍ୟ ପତ୍ର ସବୁ ଝଡି ଯାଇଥିବାର ଦେଖା ଯାଇଛି I କିନ୍ତୁ ମନ୍ଦିର ବାହାରେ ଥିବା ବଟ ବୃକ୍ଷ ଗୁଡିକରେ କିଛି ପରିବର୍ତନ ହୋଇନାହିଁ I ତେବେ ଆଗରୁ କେବେବି ଏପରି ହୋଇ ନ […]

Samaya Live Picture
Published On

ସାଲେପୁର : ପତ୍ର ଶୂନ୍ୟ ହେଲା ସାଲେପୁରସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ମହା-କଳ୍ପବଟ । ଅଦିନରେ କଳ୍ପବଟ ପତ୍ରଝଡ଼ା ଦେଇଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି I ତେବେ କଳ୍ପବଟ ସହିତ ଆଖପାଖରେ ଥିବା ଅନ୍ୟ ବଟ ବୃକ୍ଷ ଗୁଡିକରେ ମଧ୍ୟ ପତ୍ର ସବୁ ଝଡି ଯାଇଥିବାର ଦେଖା ଯାଇଛି I କିନ୍ତୁ ମନ୍ଦିର ବାହାରେ ଥିବା ବଟ ବୃକ୍ଷ ଗୁଡିକରେ କିଛି ପରିବର୍ତନ ହୋଇନାହିଁ I ତେବେ ଆଗରୁ କେବେବି ଏପରି ହୋଇ ନ ଥିବାରୁ ଏହାକୁ ଦେଖି ହାତବାକ ହେଇପଡ଼ିଛନ୍ତି ଶ୍ରଦ୍ଧାଳୁ I କେହି କେହି ଏହାକୁ କଳିର ଶେଷ ସମୟ କହୁଥିବା ବେଳେ କେହି ଏହାକୁ ମହାପୁରୁଷଙ୍କ ଲୀଳା ବୋଲି କହୁଛନ୍ତି। ଥୁଣ୍ଟା ଗଛକୁ ଦେଖି ଏହା ଶୁଭ ସୂଚନା ନୁହେଁ ବୋଲି ମହନ୍ତ ଗଗନାନନ୍ଦ ଙ୍କ ସହିତ ଅନେକ ଭକ୍ତ କହିଛନ୍ତି। ଏହା ବିପତ୍ତିର ସଂକେତ ବୋଲି କହିବା ସହିତ ମାଳିକାରେ ଲେଖା ହୋଇଥିବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ବାଣୀ ବୋଲି କହୁଛନ୍ତି I

ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଉଦ୍ୟାନ ବିଭାଗର ଅଧିକାରୀ ସମସ୍ତେ ଆସିଛନ୍ତି। କ‘ଣ ପାଇଁ ଏଭଳି ବ୍ୟତିକ୍ରମ ହେଉଛି, ସମସ୍ତେ ଚିନ୍ତିତ। ଉଦ୍ୟାନ ବିଭାଗ କର୍ମକର୍ତ୍ତାଙ୍କ କହିବାନୁସାରେ ଗଛ ଗୁଡିକରେ ସାମ୍ବାଳୁଆ ପ୍ରଜାତିର ଏକ ପ୍ରକାର ପୋକ ଲାଗି ଏପରି ହେଉଛି I ଏହି ପୋକ ଗଛରୁ ରସ ସବୁ ଶୋଷି ନେବାରୁ ପତ୍ର ସବୁ ଝଡି ଯାଉଛି I ତେଣୁ ବୃକ୍ଷମାନଙ୍କରେ ଔଷଧ ସିଞ୍ଚନ କରାଯାଉଛି। ଆଉ ସେଥିପାଇଁ ମହାପୁରୁଷଙ୍କ ଦର୍ଶନ ବନ୍ଦ ରହିଛି। ବ୍ୟାରିକେଡ୍‌ ବାହାରୁ ଦର୍ଶନ କରୁଛନ୍ତି ଦୂରଦୁରାନ୍ତରୁ ଆସିଥିବା ଭକ୍ତମାନେ।

 

Tags: