ନିଟ ୟୁଜି ପରୀକ୍ଷାଫଳ ପ୍ରକାଶ,ସ୍ନେହାଶିଷ ଦାସ ଓଡିଶା ଟପ୍ପର

ନୂଆଦିଲ୍ଲୀ : ପ୍ରକାଶ ପାଇଲା ନିଟ (ମେଡିକାଲ ପ୍ରବେଶିକା ପରୀକ୍ଷା) ୟୁଜି ପରୀକ୍ଷାଫଳ । ନେସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପରୀକ୍ଷାଫଳ ପ୍ରକଶ କରାଯାଇଛି । ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ସେହିପରି ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ରାଙ୍କରେ ୬୦ତମ ସ୍ଥାନରେ ରହିଛନ୍ତି ସ୍ନେହାଶିଷ । ସେହିଭଳି ମଧ୍ୟପ୍ରଦେଶର ଉତ୍କର୍ଶ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏସ୍‌ସ୍‌ ବର୍ଗରେ ପବିତ୍ର ସେଟ୍ଟୀ ଷଷ୍ଠ […]

ନିଟ ୟୁଜି ପରୀକ୍ଷାଫଳ ପ୍ରକାଶ,ସ୍ନେହାଶିଷ ଦାସ ଓଡିଶା ଟପ୍ପର
Samaya Live Picture
Published On

ନୂଆଦିଲ୍ଲୀ : ପ୍ରକାଶ ପାଇଲା ନିଟ (ମେଡିକାଲ ପ୍ରବେଶିକା ପରୀକ୍ଷା) ୟୁଜି ପରୀକ୍ଷାଫଳ । ନେସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପରୀକ୍ଷାଫଳ ପ୍ରକଶ କରାଯାଇଛି । ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ସେହିପରି ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ରାଙ୍କରେ ୬୦ତମ ସ୍ଥାନରେ ରହିଛନ୍ତି ସ୍ନେହାଶିଷ ।

ସେହିଭଳି ମଧ୍ୟପ୍ରଦେଶର ଉତ୍କର୍ଶ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏସ୍‌ସ୍‌ ବର୍ଗରେ ପବିତ୍ର ସେଟ୍ଟୀ ଷଷ୍ଠ ସ୍ଥାନରେ ରହିଛନ୍ତି । ମହିଳା ବର୍ଗରେ ଅଭିକା ଅଗ୍ରଓ୍ୱାଲ ଟପ୍ କରିଛନ୍ତି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ ୱେବସାଇଟ neet.nta.nic.in କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ । ମେ ୪ରେ ଗୋଟିଏ ସିଫ୍ଟରେ ୨୦ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଦେଶରେ ୫୦୦ଟି ସହରରେ ୧୩ ଟି ଭାଷାରେ ପରୀକ୍ଷା ହୋଇଥିଲା । ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ଇ-ମେଲରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି ।

ଏଥିସହ ଜୁନ୍ ୧୫ ତାରିଖରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ଏବେ ଅଗଷ୍ଟ ୩ ତାରିଖରେ ହେବ ।

Tags: