ଏନ୍ସିଇଆର୍ଟି ପାଠ୍ୟ ପୁସ୍ତକ ଛାପିବା ଉପରେ ଲାଗିଲା ଅଙ୍କୁଶ
ଭୁବନେଶ୍ୱର : ନ୍ୟାଶନାଲ୍ କାଉନ୍ସିଲ ଅଫ୍ ଏଜୁକେଶନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ(ଏନ୍ସିଇଆର୍ଟି) ବହିର ବିଷୟବସ୍ତୁକୁ ଅନ୍ୟ କେହି ବିନା ଅନୁମତିରେ ଛାପି ପାରିବେ ନାହିଁ। ନଚେତ କପିରାଇଟ୍ ନିୟମ ଅନୁସାରେ ମାମଲା ରୁଜୁ କରାଯିବ। ଏନେଇ ରବିବାର ଏନ୍ସିଇଆର୍ଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇ ଏପରି କଡ଼ା ଚେତାବନୀ ଦିଆଯାଇଛି। ସୂଚନାନୁଯାୟୀ, ଏନ୍ସିଇଆର୍ଟି ପାଠ୍ୟ ପୁସ୍ତକରେ ହେଉଛି କପି I ବଜାରରେ ମିଳୁଛି ନକଲି ପାଠ୍ୟ ପୁସ୍ତକ I ଏନେଇ ଏନ୍ସିଇଆର୍ଟି ସତର୍କ କରାଇଛି […]
ଭୁବନେଶ୍ୱର : ନ୍ୟାଶନାଲ୍ କାଉନ୍ସିଲ ଅଫ୍ ଏଜୁକେଶନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ(ଏନ୍ସିଇଆର୍ଟି) ବହିର ବିଷୟବସ୍ତୁକୁ ଅନ୍ୟ କେହି ବିନା ଅନୁମତିରେ ଛାପି ପାରିବେ ନାହିଁ। ନଚେତ କପିରାଇଟ୍ ନିୟମ ଅନୁସାରେ ମାମଲା ରୁଜୁ କରାଯିବ। ଏନେଇ ରବିବାର ଏନ୍ସିଇଆର୍ଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇ ଏପରି କଡ଼ା ଚେତାବନୀ ଦିଆଯାଇଛି।
ସୂଚନାନୁଯାୟୀ, ଏନ୍ସିଇଆର୍ଟି ପାଠ୍ୟ ପୁସ୍ତକରେ ହେଉଛି କପି I ବଜାରରେ ମିଳୁଛି ନକଲି ପାଠ୍ୟ ପୁସ୍ତକ I ଏନେଇ ଏନ୍ସିଇଆର୍ଟି ସତର୍କ କରାଇଛି I ଏନ୍ସିଇଆର୍ଟି ପ୍ରସ୍ତୁତ କରିଥିବା ପାଠ୍ୟକ୍ରମକୁ ବିନା ଅନୁମତିରେ କିଛି ପ୍ରକାଶନୀ ସଂସ୍ଥା ନେଟରୁ ଡାଉନଲୋଡ଼ କରି ବିନା ଅନୁମତିରେ ପୁସ୍ତକ ଛପି ବିକ୍ରି କରୁଛନ୍ତି । ଫଳରେ ଏନେଇ କପିରାଇଟ ଉଲ୍ଲଙ୍ଘନ ହେଉଛି I ଏନ୍ସିଇଆର୍ଟି ନିକଟରେ ଏନେଇ ଅଭିଯୋଗ ହେବାପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।
ଏପରି ବେଆଇନ କାର୍ଯ୍ୟକୁ ରୋକିବା ଲାଗି ଏନ୍ସିଇଆର୍ଟି ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନ୍ସିଇଆର୍ଟି ପାଠ୍ୟକ୍ରମର ସମ୍ପୂର୍ଣ୍ଣ ବା ଆଶିଂକ ବିଷୟବସ୍ତୁ ପ୍ରକାଶ କରିଥିବା କୌଣସି ପ୍ରକାଶନୀ ସଂସ୍ଥାର ପୁସ୍ତକ ନ କିଣିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ଏହାସହ ଏପରି ପୁସ୍ତକ ବିକ୍ରି ହେଉଥିବା ଜାଣିଲେ pd.ncert@nic.in ମେଲ୍ ଆଇଡିରେ ଜଣାଇବାକୁ କୁହାଯାଇଛି। ତେବେ ଯଦି କୌଣସି ପ୍ରକାଶକ ଏନ୍ସିଇଆର୍ଟିର ନାମକୁ ବ୍ୟବହାର କରି ନିଜ ପ୍ରକାଶନୀ ସଂସ୍ଥାରେ ବାହାର କରିବାକୁ ଚାହିଁବେ, ସେମାନେ ଏନ୍ସିଇଆର୍ଟିର ପ୍ରକାଶନୀ ବିଭାଗକୁ ଏକ ପ୍ରସ୍ତାବ ଦେବେ। ଅନୁମତି ମିଳିବା ପରେ ଛାପି ପାରିବେ ବୋଲି ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।




