ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଓଡ଼ିଆ ସଙ୍ଗୀତଜ୍ଞ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି I ଦୀର୍ଘ ଦିନ ଧରି ସେ ଗଳା କ୍ୟାନସର ରୋଗରେ ପୀଡିତ ଥିଲେ Iମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ନୀହାରିକା, ଦୁଇ କନ୍ୟା ନିବୃତ୍ତି ଓ ନିଦ୍ରା ଉପସ୍ଥିତ ଥିଲେ। ୧୯୪୬ ମସିହା ଫେବୃଆରି ୮ ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ସ୍ୱରୂପ ନାୟକ। ୧୯୬୨ ଜୟଦେବ ଫିଲ୍ମରେ ଶିଶୁ […]

Samaya Live Picture
Published On

ଭୁବନେଶ୍ୱର : ବିଶିଷ୍ଟ ଓଡ଼ିଆ ସଙ୍ଗୀତଜ୍ଞ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି I ଦୀର୍ଘ ଦିନ ଧରି ସେ ଗଳା କ୍ୟାନସର ରୋଗରେ ପୀଡିତ ଥିଲେ Iମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ନୀହାରିକା, ଦୁଇ କନ୍ୟା ନିବୃତ୍ତି ଓ ନିଦ୍ରା ଉପସ୍ଥିତ ଥିଲେ।

୧୯୪୬ ମସିହା ଫେବୃଆରି ୮ ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ସ୍ୱରୂପ ନାୟକ। ୧୯୬୨ ଜୟଦେବ ଫିଲ୍ମରେ ଶିଶୁ କଳାକାର ଭାବେ ମଧ୍ୟ ସେ କାମ କରିଥିଲେ ।ସେ ଓଡ଼ିଆ ଆଧୁନିକ ସଙ୍ଗୀତର ଜଗତର ସ୍ରଷ୍ଟା ଭାବେ ବେଶ ପରିଚିତ I ବହୁ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ |ସେ ୭୦ରୁ ଅଧିକ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ୮୦ରୁ ଅଧିକ ଓଡ଼ିଆ ଚଳଚିତ୍ର ପାଇଁ ଗୀତ ରଚନା କରିଥିଲେ I

ସ୍ୱରୂପ ନାୟକ ସତୀ ଅନସୂୟା, ସୁନା ସଂସାର, କଳାମାଣିକ, କଣ୍ଢେଇ ଆଖିରେ ଲୁହ, ଯଶୋଦା ଭଳି କେତୋଟି ଓଡ଼ିଆ ଛବିରେ ଅଭିନେତା ଭାବେ ନଜର ଆସିଥିଲେ । ୧୯୮୪ରେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଥିଳା ତାଙ୍କର ଡେବ୍ୟୁ ।‘ସହର ଜଳୁଛି’,‘ଲାଲ୍ ପାନ ବିବି’,’ପୁଅ ମୋର ଭୋଳା ଶଙ୍କର,’ଆଇ ଲଭ୍ ୟୁ”ଶାଶୁ ଘର ଚାଲିଯିବି’,’ଉଦଣ୍ଡୀ ସୀତା’ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ସ୍ୱରୂପ । ଏକଧାରାରେ ସେ ଜଣେ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଅଭିନେତା, ଟେଲିଭିଜନ୍ ଜଜ୍ ମଧ୍ୟ ରହିଥିଲେ ।

ଓଡ଼ିଆ ସଂଗୀତ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ। ସେ ଟି. ସୌରୀ, ଇରା ମହାନ୍ତି, ତପୁ ମିଶ୍ର, କୁମାର ବାପି, ପମି (ସଂଗୀତା ମିଶ୍ର) ସୁଜିତ ଭୋଇ,ଶୁଭାଶିଷ ମହାକୁଡଙ୍କଭଳି ପ୍ରତିଭାବାନ ଗାୟକଗାୟିକାଙ୍କୁ ଚଳଚ୍ଚିତ୍ର ସଂଗୀତକୁ ପ୍ରବେଶ କରାଇଥିଲେ। ସେ ତାଙ୍କ ସଂଗୀତ ନିର୍ଦ୍ଦେଶିତ ଅଧିକାଂଶ ଓଡ଼ିଆ ଛବିରେ ବାହାର କଣ୍ଠଶିଳ୍ପୀଙ୍କୁ ନ ନେଇ ଓଡ଼ିଆ କଳାକାରମାନଙ୍କୁ ସୁଯୋଗ ଦେଇଥିଲେ।

Tags: