ଓଡିଶାରେ ଅଛନ୍ତି ୬୦ରୁ ୭୦ ନକ୍ସଲ: ମାର୍ଚ୍ଚ ୨୦୧୬ ସୁଦ୍ଧା ଓଡିଶା ହେବ ନକ୍ସଲ ମୁକ୍ତ ରାଜ୍ୟ

ନୂଆଦିଲ୍ଲୀ:ଓଡିଶାରେ ଥିବା ନକ୍ସଲଙ୍କ ରିପୋର୍ଟ ସାମ୍ନାକୁ ଆସିଛି। ଡିସେମ୍ବର ୧ ରାଇଜିଂ ଡେ ପୂର୍ବରୁ ବିଏସଏଫର ଆଇଜି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।ଜଣାପଡିଛି ରାଜ୍ୟରେ ୬୦ ରୁ ୭୦ନକ୍ସଲ। ସେଥିରୁ ଓଡିଶା କ୍ୟାଡର ନକ୍ସଲଙ୍କ ସଂଖ୍ୟା ମାତ୍ର ୬ କିମ୍ବା ୭। ଓଡିଶାରେ ସକ୍ରିୟ ନକ୍ସଲ ମୁଖ୍ୟତଃ ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର। ଓଡ଼ିଶାରେ ନକ୍ସଲ ମୁଭମେଣ୍ଟର ନେତୃତ୍ୱ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର। ଦେଶର ୩୮ ନକ୍ସଲ ପ୍ରଭାବିତ ଜିଲ୍ଲା ରହିଛି। […]

Samaya Live Picture
Published On

ନୂଆଦିଲ୍ଲୀ:ଓଡିଶାରେ ଥିବା ନକ୍ସଲଙ୍କ ରିପୋର୍ଟ ସାମ୍ନାକୁ ଆସିଛି। ଡିସେମ୍ବର ୧ ରାଇଜିଂ ଡେ ପୂର୍ବରୁ ବିଏସଏଫର ଆଇଜି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।ଜଣାପଡିଛି ରାଜ୍ୟରେ ୬୦ ରୁ ୭୦ନକ୍ସଲ। ସେଥିରୁ ଓଡିଶା କ୍ୟାଡର ନକ୍ସଲଙ୍କ ସଂଖ୍ୟା ମାତ୍ର ୬ କିମ୍ବା ୭। ଓଡିଶାରେ ସକ୍ରିୟ ନକ୍ସଲ ମୁଖ୍ୟତଃ ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର।

ଓଡ଼ିଶାରେ ନକ୍ସଲ ମୁଭମେଣ୍ଟର ନେତୃତ୍ୱ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର। ଦେଶର ୩୮ ନକ୍ସଲ ପ୍ରଭାବିତ ଜିଲ୍ଲା ରହିଛି। ଓଡିଶାର ରହିଛି ୭ ନକ୍ସଲ ପ୍ରଭାବିତ ଜିଲ୍ଲା। ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ ରାଜ୍ୟ କରିବାକୁ ଚାଲିଛି ପ୍ରୟାସ। ସୂଚନା ଦେଇଛନ୍ତି ବିଏସଏଫ ଆଇଜି ଚାରୁ ଧ୍ଵଜ ଅଗ୍ରୱାଲ । ବିଏସଏଫ୍ ରେ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ବିଏସଏଫ୍ ଆଇଜି।

ସେହିପରି ବାଂଲାଦେଶ ଅନୁପ୍ରବେଶ କାରୀଙ୍କ ଉପରେ ସିମାବର୍ତ୍ତି ଅଞ୍ଚଳରେ କଡ଼ା ନଜର ରଖାଯାଇଛି। ଚଳିତ ବର୍ଷ ଓଡ଼ିଶା ରେ ୩ ଦୁର୍ଦ୍ଦାନ୍ତ ନକ୍ସଲ ଙ୍କୁ ନ୍ୟୁଟ୍ରାଲାଇଯ କରାଯିବା ସହ ୨୪ ରୁ ଉର୍ଦ୍ଧ କୁଖ୍ୟାତ କ୍ୟାଡ଼ର ଙ୍କୁ ଆତ୍ମସମର୍ପଣ କରିବାରେ ସଫଳ ହୋଇଛି ବିଏସଏଫ। ସେହିପରି ୩୪ ଟି ଆଇଇଡି, ୧୧୭ ଟି ଗ୍ରେନେଡ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛି।

ଆଗକୁ ମଧ୍ୟ ନକ୍ସଲ ବିରୋଧୀ ଅପରେସନ ଜାରି ରହିବ। ଓଡ଼ିଶା ପୋଲିସ ଏବଂ ଗୁଇନ୍ଦା ସହ ସମନ୍ଵୟ ରଖି କାର୍ଯ୍ୟ କରାଯିବ। ଅତ୍ୟାଧୁନିକ ଜ୍ଞାନ କୌଶଳ ବିଶିଷ୍ଟ ଡ୍ରୋନ ଏବଂ ସଟେଲାଇଟ ସର୍ଭେଲାନ୍ସ ସହ ମାଓ ଗତିବିଧି ଉପରେ ନଜର ରଖାଯିବା ନେଇ କହିଛି ବିଏସଏଫ।

Tags: