ପୁରୀରେ ପାଳନ ହେବ ନୌସେନା ଦିବସ
ଭୁବନେଶ୍ୱର : ଡିସେମ୍ବର ୪ ରେ ପାଳନ ହେବ ନୌସେନା ଦିବସ । ପୁରୀ ବ୍ଲୁ ଫ୍ଲାଗ ସି ବିଚରେ ଏହା ଆୟୋଜିତ ହେବ । ଏହି ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ସମେତ ସାଢେ ୭ ହଜାର ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସାମୁଦ୍ରିକ ବେଳାଭୂମିରେ ଭାରତୀୟ ନୌସେନା ଏହାର ଶକ୍ତି ପ୍ରଦର୍ଶନ କରିବ । କାର୍ଯ୍ୟକ୍ରମର ମଜା ଉଠାଇବା ପାଇଁ ପୁରୀ ବେଳାଭୂମିରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି […]
ଭୁବନେଶ୍ୱର : ଡିସେମ୍ବର ୪ ରେ ପାଳନ ହେବ ନୌସେନା ଦିବସ । ପୁରୀ ବ୍ଲୁ ଫ୍ଲାଗ ସି ବିଚରେ ଏହା ଆୟୋଜିତ ହେବ । ଏହି ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ସମେତ ସାଢେ ୭ ହଜାର ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସାମୁଦ୍ରିକ ବେଳାଭୂମିରେ ଭାରତୀୟ ନୌସେନା ଏହାର ଶକ୍ତି ପ୍ରଦର୍ଶନ କରିବ । କାର୍ଯ୍ୟକ୍ରମର ମଜା ଉଠାଇବା ପାଇଁ ପୁରୀ ବେଳାଭୂମିରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି ।
କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ଭାରତୀୟ ନୌସେନା, ଓଡ଼ିଶା ସରକାର ତଥା ପୁରୀ ଜିଲ୍ଲା ପ୍ରଶାସନ ମିଳିତ ଭାବେ ପ୍ରସ୍ତୁତି ଜାରି ରଖିଛନ୍ତି । ଏନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କାର୍ଯ୍ୟ ମଧ୍ୟରେ ପୂର୍ତ୍ତ ବିଭାଗ ତରଫରୁ ସମଙ୍ଗ ଏବଂ ପୁରୀ କ୍ରୀଡ଼ା କମ୍ପେ୍ଲକ୍ସ ଠାରେ ଅସ୍ଥାୟୀ ହେଲିପ୍ୟାଡ୍, ପାର୍କିଂ ଅଞ୍ଚଳ, ବିଭିନ୍ନ ସ୍ଥାନରେ ଆବଶ୍ୟକ ବ୍ୟାରିକେଡିଂ, ରାସ୍ତା ମରାମତି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା ।
ଭୁବନେଶ୍ୱରରୁ ପୁରୀ ଏବଂ ପୁରୀ ସହର ମଧ୍ୟରେ ଟ୍ରାଫିକ୍ ନିୟନ୍ତ୍ରଣ,ଯାନବାହନ ପାର୍କିଂ, ଜନଗହଳି ସ୍ଥାନର ପରିଚାଳନା,ନୌସେନା ଅତିଥିମାନଙ୍କ ପାଇଁ ବସ୍ ତଥା ପାର୍କିଂ, ଭୁବନେଶ୍ୱର-ପୁରୀ ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଗ୍ନିଶମ ଏବଂ ପୁଲିସ ବିଭାଗ ତରଫରୁ କର୍ମଚାରୀ ଓ ଅଧିକାରୀ ମୁତୟନ ରହିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କଳିଙ୍ଗ ଷ୍ଟାଡିୟମ ଏବଂ କଟକର ବାରବାଟୀ ଷ୍ଟାଡିଅମରେ ବ୍ୟବସ୍ଥା ପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗକୁ ଅନୁରୋଧ କରାଯାଇଛି । ନୌସେନାର କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମ ଥିବାରୁ ନଭେମ୍ୱର ୨୭ରୁ ଡିସେମ୍ୱର ୫ ତାରିଖ ପର୍ଯ୍ୟନ୍ତ ପୁରୀ ସମୁଦ୍ରରେ ନୋ ଫିସିଂ ଜୋନ୍ (ମାଛଧରା ନିଷେଧ ଅଞ୍ଚଳ) ଘୋଷଣା କରାଯିବ । ଏ ସଂପର୍କରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ତରଫରୁ ମତ୍ସ୍ୟଜୀବୀମାନଙ୍କୁ ସୂଚନା ପ୍ରଦାନ କରାଯିବ ।
ସୂଚନାନୁସାରେ,ଆସନ୍ତା ଡିସେମ୍ବର ୩ ରୁ ୭ ତାରିଖ ଯାଏଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ୫ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ଆସନ୍ତା ୪ ରୁ ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ହୀରକ ଜୟନ୍ତୀ । ଏନେଇ ମହାବିଦ୍ୟାଳୟ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।




