ସନା ମହାକୁଡ଼ଙ୍କୁ ନବୀନଙ୍କ ତାଗିଦ

ଭୁବନେଶ୍ୱର : ବିଧାନସଭାକୁ ପ୍ରବେଶ କରୁ କରୁ ରାଗିଲେ ନବୀନ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ତାଗିଦ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I ଆଜି ବିଧାନସଭା ବଜେଟ ଅଧିବେଶନ ପ୍ରଥମ ଦିବସ ଥିଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହକୁ ପ୍ରବେଶ ବେଳେ ସନାତନ ମହାକୁଡ଼ଙ୍କ ସହିତ ମୁହାଁମୁହିଁ ହୋଇଥିଲେ ଏ ଏହି ସମୟରେ ଅନ୍ୟ ବିଜେଡି ବିଧାୟକ ଓ ଗଣମାଧ୍ୟମ ଆଗରେ ନବୀନ ଖୋଲାଖୋଲି ମୁହଁ ଖୋଲି ତାଗିଦ୍ […]

ସନା ମହାକୁଡ଼ଙ୍କୁ ନବୀନଙ୍କ ତାଗିଦ
Samaya Live Picture
Published On

ଭୁବନେଶ୍ୱର : ବିଧାନସଭାକୁ ପ୍ରବେଶ କରୁ କରୁ ରାଗିଲେ ନବୀନ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ତାଗିଦ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I ଆଜି ବିଧାନସଭା ବଜେଟ ଅଧିବେଶନ ପ୍ରଥମ ଦିବସ ଥିଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହକୁ ପ୍ରବେଶ ବେଳେ ସନାତନ ମହାକୁଡ଼ଙ୍କ ସହିତ ମୁହାଁମୁହିଁ ହୋଇଥିଲେ ଏ ଏହି ସମୟରେ ଅନ୍ୟ ବିଜେଡି ବିଧାୟକ ଓ ଗଣମାଧ୍ୟମ ଆଗରେ ନବୀନ ଖୋଲାଖୋଲି ମୁହଁ ଖୋଲି ତାଗିଦ୍ କରିଥିବା ଦେଖା ଯାଇଥିଲା । ଅନେକ ଦିନ ଧରି ବିଜେଡି ବିଧାୟକ ସନାତନ ମହାକୁଡ଼ ବିଜେଡି ବୈଠକ ଗୁଡିକରେ ଅନୁପସ୍ଥିତ ରହୁଥିବା ଯୋଗୁ ସେ ବେଜେପି ମୁହାଁ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଘଟଣା ବିଜେଡି ସୁପ୍ରିମୋଙ୍କ କାନକୁ ଯିବା ପରେ ଆଜି ସେ ସନା ମହାକୁଡ଼ଙ୍କୁ ତାଗିଦ କରିଛନ୍ତି । ରାଜ୍ୟରେ ବିଜେଡି ସରକାରର ପତନ ପରେ ଜଣକ ପରେ ଜଣେ ନେତା ଦଳ ବଦଳାଉଥିବା ଦେଖାଯାଇଛି।

ଅନ୍ୟପଟେ ଏହି କଥାକୁ ନିଜେ ସନାତନ ମହାକୁଡ଼ ଖଣ୍ଡନ କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନାଙ୍କୁ ତାଗିଦ କରିବା ପରେ ସେ କହିଛନ୍ତି, ମୁଁ ବିଜେଡି ସହିତ ଅଛି ଆଉ ରହିବି ମଧ୍ୟ। କିନ୍ତୁ ନବୀନ ତାଙ୍କୁ ତାଗିଦ କରି ନ ଥିବା ସନାତନ କହିଛନ୍ତି।

ଘଟନାନୁସାରେ,ଆଜି ବିଧାନସଭା ପ୍ରବେଶ ପଥରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ବିଧାୟକ ସନାତନ ମହାକୁଡ଼ ମୁହାଁମୁହିଁ ହୋଇଥିଲେ। ସନାତନ ଦଳର କେତେକ ବୈଠକରେ ଯୋଗଦେଉ ନ ଥିବାରୁ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ନବୀନ ସନାଙ୍କୁ ଦେଖିବା ପରେ ତାଙ୍କ ସହ କଥା ହୋଇଥିଲେ। ବୈଠକକୁ କାହିଁକି ଆସୁନ ବୋଲି ପଚାରିଥିଲେ। ସନାତନ ଉତ୍ତରରେ କହିଥିଲେ ଦେହ ଖରାପ ଅଛି। ନବୀନ ତାଙ୍କୁ ବିଜେପିକୁ ଯାଉଥିବା କଥା ବି ପଚାରିଥିଲେ। ସନାତନ ମନା କରିଥିଲେ।

ତେବେ ନବୀନ ଏବଂ ସନାତନଙ୍କ ଏହି ବାର୍ତ୍ତାଳାପ କିଛି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ବେଶ ଚର୍ଚ୍ଚା ଜୋରି ଧରିଛି। ଅନ୍ୟପଟେ ନବୀନଙ୍କ ଏପରି ତାଗିଦ ପରେ ସନାତନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ବିଜେଡିରେ ଅଛନ୍ତି ଏବଂ ରହିବେ ମଧ୍ୟ। ସେ ଦଳଠାରୁ ଦୂରେଇ ନାହାନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଉଛନ୍ତି ଏବଂ ଅଞ୍ଚଳର ବିକାଶ କଥା ଆଲୋଚନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପିର ନୁହନ୍ତି। ନବୀନ ଦଳର ସଭାପତି, ତାଙ୍କର ପ୍ରଶ୍ନ କରିବାର ଅଧିକାର ରହିଛି ବୋଲି ସନା କହିଥିଲେ।

ଅନ୍ୟପଟେ ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଚର୍ଚ୍ଚା ଜୋରଧରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଞ୍ଝାରପୁର ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି, “ଦେହ ଖରାପ ପାଇଁ ଆସିନଥିବା ସେ କହିଛନ୍ତି । ତାକୁ କାହିଁକି ରାଜନୈତିକ ରୂପ ଦେଉଛି ମିଡିଆ । କୌଣସି ବିଜେଡି ବିଧାୟକ ବିଜେପି ସହ ଯୋଗାଯୋଗରେ ନାହାନ୍ତି ।”

Tags: