ଆଜି ଅପରାହ୍ନ ୪ଟାରେ ନବୀନଙ୍କ ରୋଡ୍ ଶୋ’, ଜାରି ହେଲା ଟ୍ରାଫିକ୍ କଟକଣା
ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ୍ ଶୋ’ । ଏଥିପାଇଁ ସହରର କିଛି ସ୍ଥାନରେ ଟ୍ରାଫିକ୍ କଟକଣା ରହିବ ବୋଲି ଘୋଷଣା କରିଛି କମିଶନରେଟ୍ ପୋଲିସ୍ । ନବୀନଙ୍କ ରୋଡ୍ ଶୋ’ ପୁନମା ଗେଟ୍ରୁ ଆରମ୍ଭ ହେବ । ଏହା ଏକାମ୍ର ଛକ ଯାଏ ଚାଲିବ । ଅପରାହ୍ନ ୪ ଟାରୁ ରୋଡ୍ ଶୋ’ ଆରମ୍ଭ ହେବ । ରୋଡ୍ ଶୋ’ ସରିବା ପର୍ଯ୍ୟନ୍ତ ରହିବ କଟକଣା । ମୁଖ୍ୟମନ୍ତ୍ରୀଙ୍କ […]
ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ୍ ଶୋ’ । ଏଥିପାଇଁ ସହରର କିଛି ସ୍ଥାନରେ ଟ୍ରାଫିକ୍ କଟକଣା ରହିବ ବୋଲି ଘୋଷଣା କରିଛି କମିଶନରେଟ୍ ପୋଲିସ୍ । ନବୀନଙ୍କ ରୋଡ୍ ଶୋ’ ପୁନମା ଗେଟ୍ରୁ ଆରମ୍ଭ ହେବ । ଏହା ଏକାମ୍ର ଛକ ଯାଏ ଚାଲିବ । ଅପରାହ୍ନ ୪ ଟାରୁ ରୋଡ୍ ଶୋ’ ଆରମ୍ଭ ହେବ । ରୋଡ୍ ଶୋ’ ସରିବା ପର୍ଯ୍ୟନ୍ତ ରହିବ କଟକଣା ।
ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ଅପରାହ୍ନ ୪ରୁ ଭୁବନେଶ୍ବର ର ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ,ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକରେ ରୋଡ ଶୋ’ ଶେଷ ହେବ।

ଏହି ସମୟରେ କୌଣସି ବି ଯାନବାହାନ ଉପରୋକ୍ତ ରାସ୍ତା ଦେଇ ଯିବା ଆସିବା କରି ପାରିବେ ନାହିଁ । ସେହିପରି ଖଣ୍ଡଗିରୀ ଛକ ପଟୁ ଜାଗମାର ଛକ ଆଡକୁ ଓ ଡେଲ୍ ଛକ ପଟୁ ସିଟି ଓମେନ୍ସ କଲେଜ ଆଡକୁ ଯାଇପାରିବେ ନାହିଁ । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ। ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ ପୁଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି।




