ରାଜନୀତିରେ ନବୀନଙ୍କ ରେକର୍ଡ

ଭୁବନେଶ୍ୱର : ରାଜନୀତିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ରେକର୍ଡ I ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଭାବରେ ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁଙ୍କୁ ଅତିକ୍ରମ କରିବେ। ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ ଦେଶର ସର୍ବାଧିକ ଅବଧି ମୁଖ୍ୟମନ୍ତ୍ରୀ ସୂଚୀରେ ପ୍ରଥମ ସ୍ଥାନରେ ଥିବାବେଳେ ମିଳିତ ଭାବରେ ଜ୍ୟୋତି ବସୁ ଓ ନବୀନ ପଟ୍ଟନାୟକ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଜ୍ୟୋତି ବସୁ ୨୩ ବର୍ଷ୧୩୮ ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ […]

Samaya Live Picture
Published On

ଭୁବନେଶ୍ୱର : ରାଜନୀତିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ରେକର୍ଡ I ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଭାବରେ ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁଙ୍କୁ ଅତିକ୍ରମ କରିବେ। ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ ଦେଶର ସର୍ବାଧିକ ଅବଧି ମୁଖ୍ୟମନ୍ତ୍ରୀ ସୂଚୀରେ ପ୍ରଥମ ସ୍ଥାନରେ ଥିବାବେଳେ ମିଳିତ ଭାବରେ ଜ୍ୟୋତି ବସୁ ଓ ନବୀନ ପଟ୍ଟନାୟକ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଜ୍ୟୋତି ବସୁ ୨୩ ବର୍ଷ୧୩୮ ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସେହିପରି ଦେଶର ସର୍ବାଧିକ ସମୟ କ୍ଷମତାରେ ରହିବା ରେକର୍ଡ ସିକିମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମ୍ବଲିଂଙ୍କ ନାମରେ ରହିଛି। ସିକିମ୍‌‌ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ ୧୯୯୪ ଡ଼ିସେମ୍ବର ୧୨ ତାରିଖରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ୨୪ ବର୍ଷ ୧୬୬ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ।

ଅନ୍ୟପଟେ ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଡେଜି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲି ଏହି ରେକର୍ଡ଼ ଭାଙ୍ଗି ନବୀନ ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ମାନ୍ୟତା ହାସଲ କରିବେ। ନବୀନ ପଟ୍ଟନାୟକ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଅଛନ୍ତି। ଆଜି ଅର୍ଥାତ୍‌‌ ୨୧ ଜୁଲାଇରେ ସେ ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳର ୨୩ବର୍ଷ ୧୩୭ ଦିନ ଅତିକ୍ରମ କରିଛନ୍ତି ଏବଂ ଆସନ୍ତାକାଲି ଜ୍ୟୋତି ବସୁଙ୍କ ମୁଖ୍ୟମନ୍ତ୍ରିତ୍ୱ ଅବଧି ସହ ନବୀନଙ୍କ କାର୍ଯ୍ୟ ଅବଧି ସମାନ ହେବ। ଏହା ପରେ ନବୀନ ପଟ୍ଟନାୟକ ଦେଶର ସର୍ବାଧିକକାଳ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପୱନ କୁମାର ଚାମଲିଂ, ଜ୍ୟୋତି ବସୁ ଓ ନବୀନ ପଟ୍ଟନାୟକ ସମସ୍ତେ ନିରବଚ୍ଛିନ୍ନ ଭାବରେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି; ଯାହା ସାରା ଦେଶରେ ଏକ ରେକର୍ଡ଼।

Tags: