ଆସନ୍ତାକାଲି ନୂଆପଡା ଗସ୍ତରେ ଯିବେ ନବୀନ
ଭୁବନେଶ୍ୱର : ଆସନ୍ତାକାଲି ନୂଆପଡା ଗସ୍ତ କରିବେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡ଼ା ଯାଇ ଦୁଇଟି ଜନସଭାକୁ ସମ୍ବୋଧନ କରିବେ ନବୀନ । ନୂଆପଡ଼ା ଓ ଖରିଆର ରୋଡରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆଙ୍କ ପାଇଁ କରିବେ ପ୍ରଚାର । ଏହା ପୂର୍ବରୁ ଭିଡିଓ ବାର୍ତ୍ତାରେ ନୂଆପଡ଼ାବାସୀଙ୍କୁ ନିଜର ଗସ୍ତ ନେଇ ସୂଚନା ଦେଇଛନ୍ତି । ଆପଣଙ୍କ ପାଖକୁ ଆସିବି, ଦୁଇ ପଦ କଥା ହେବି । ଆଶୀର୍ବାଦ ମାଗିବି […]
ଭୁବନେଶ୍ୱର : ଆସନ୍ତାକାଲି ନୂଆପଡା ଗସ୍ତ କରିବେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡ଼ା ଯାଇ ଦୁଇଟି ଜନସଭାକୁ ସମ୍ବୋଧନ କରିବେ ନବୀନ । ନୂଆପଡ଼ା ଓ ଖରିଆର ରୋଡରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆଙ୍କ ପାଇଁ କରିବେ ପ୍ରଚାର । ଏହା ପୂର୍ବରୁ ଭିଡିଓ ବାର୍ତ୍ତାରେ ନୂଆପଡ଼ାବାସୀଙ୍କୁ ନିଜର ଗସ୍ତ ନେଇ ସୂଚନା ଦେଇଛନ୍ତି ।
ଆପଣଙ୍କ ପାଖକୁ ଆସିବି, ଦୁଇ ପଦ କଥା ହେବି । ଆଶୀର୍ବାଦ ମାଗିବି ବୋଲି କହିଛନ୍ତି ନବୀନ । ଏହାସହ କୋମନା ସଭା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ନଭେମ୍ବର ୧୧ ତାରିଖରେ ନୂଆପଡାରେ ଉପ ମିଃର୍ବାଚନ ହେବାକୁ ଥିବାବେଳେ ୧୪ ତାରିଖରେ ଫଳାଫଳ ଘୋଷଣା ହେବ ।


